Odisha news

“ରୋଜଗାର ଦିଅ ସରକାର” କାର୍ଯ୍ୟକ୍ରମ

0

ପୁରୀ,୯ା୮:ଯୁବ କଂଗ୍ରେସର ରାଷ୍ଟ୍ରିୟ ଅଧ୍ୟକ୍ଷ ଶ୍ରୀନିବାସ ବି.ଭି ଓ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କାଙ୍କ ଆହ୍ୱାନ କ୍ରମେ ପୁରୀ ଲୋକସଭା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟାଳୟ ଇନ୍ଦିରା ଭବନରେ “ରୋଜଗାର ଦିଅ ସରକାର, ରୋଜଗାର ଆମର ଦରକାର” ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବାର୍ଷିକ ଦୁଇକୋଟି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକ୍ଷେ ଲୋକଙ୍କ ପାଇଁ ରୋଜଗାରର ବ୍ୟବସ୍ଥା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏପର୍ଯ୍ୟନ୍ତ କାହାରିକୁ ନିିଯୁକ୍ତି ଦିଆଯାଇନାହିଁ ।

ପରନ୍ତୁ କରୋନାର ଆଳରେ ଦୁଇଲକ୍ଷ ଠିକା କର୍ମଚାରୀଙ୍କୁ ଛଟେଇ କରାଯିବା ସଙ୍ଗେ ସଙ୍ଗେ ଆଗାମୀ ୨ବର୍ଷ ପର୍ଯ୍ୟନ୍ତ କୌଣସି ନୂତନ ଚାକିରୀ ସୃଷ୍ଟି କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଯୁବ କଂଗ୍ରେସ ପକ୍ଷରୁ ଏହାର ଦୃଢ଼ ବିରୋଧ କରାଯିବା ସହ ଆଗାମୀ ଦିନରେ ଏଭଳି ଅଭିମୁଖ୍ୟରୁ ସରକାର କ୍ଷାନ୍ତ ନହେଲେ ସଂଗ୍ରାମକୁ ଜୋରଦାର କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାଇ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ବିଶ୍ୱନାଥ ଦାସ, ଅମରେନ୍ଦ୍ର ପାଇକରାୟ, ପ୍ରେମଜିତ ମହାନ୍ତି, ସ୍ୱାଧୀନ କୁମାର ପଣ୍ଡା, ସତ୍ୟ ବରାଳ, ସର୍ବେଶ୍ୱର ସ୍ୱାଇଁ ଓ ସ୍ମୃତିରଞ୍ଜନ ପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply