ନୂଆଦିଲ୍ଲୀ : ଭାରତ ନିଜର ପଡୋଶୀ ଦେଶ ଚୀନକୁ ଆଉ ଗୋଟିଏ ବଡ ଝଟକା ଦେଇଛି l ମୋଦି ସରକାର କୋଇଲା ଖଣିର ନିଲାମୀରେ ଚୀନ କମ୍ପାନୀ ଗୁଡିକର ପ୍ରବେଶ ଉପରେ ବ୍ୟାନ ଲଗାଇ ଦେଇ ଛନ୍ତି l କେନ୍ଦ୍ର ସରକାର ଗତକାଲି ଭାରତ ସହିତ ସୀମାକୁ ନେଇ ଉତେଜନା ସୃଷ୍ଟି କରୁଥିବା ଚୀନ ଓ ପାକିସ୍ତାନ ପ୍ରଭୁତି ଦେଶ ମାନଙ୍କର କମ୍ପାନୀ ଗୁଡିକ ଉପରେ କୋଇଲା ଖଣିର ନିଲାମୀକୁ ନେଇ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରତିବନ୍ଧକ ଲଗାଇଛନ୍ତି l
କୋଇଲା ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ ଅଟୋମେଟିକ ରୁଟ ଅନୁସାରେ ନୂଆ ଗତିବିଧିରେ ୧୦୦ ପ୍ରତିଶତ FDI ର ଅନୁମତି ରହିଛି ,କିନ୍ତୁ ଭାରତ ସହିତ ସୀମା ବିବାଦ ରଖିଥିବା ଦେଶ ମାନଙ୍କରୁ ନିବେଶ ପ୍ରସ୍ତାବ କେବଳ ସରକାରଙ୍କ ରୁଟରୁ ସ୍ୱୀକୃତ କରାଯିବ ଏହାର ଅର୍ଥ ଏହା ଯେ କୌଣସି ଭାଗିଦାରୀର ଅନୁମତି ପୂର୍ବରୁ ସରକାର ଯାଞ୍ଚ କରିବେ l ସେହି କମ୍ପାନୀ ମାନଙ୍କର ପ୍ରସ୍ତାବକୁ ମଧ୍ୟ ସରକାର ରୁଟରେ ନିୟମକୁ ପାଳନ କରିବାକୁ ପଡିବ l ଯାହାର ମାଲିକ ଭାରତ ସହିତ କ୍ଷେତ୍ରୀୟ ସୀମା ଦର୍ଶାଇବା ସହିତ କେଉଁ ଦେଶର ନାଗରିକ ତାହା ଟେଣ୍ଡର କାଗଜରେ ସ୍ପଷ୍ଟ କରାଯାଇଛି l
ଟେଣ୍ଡର କାଗଜରେ ସ୍ପଷ୍ଟ କରିଦିଆ ଯାଇଛି ଯେ ଚୀନ ଓ ପାକିସ୍ତାନର କୌଣସି ନାଗରିକ ଯଦି ଆବେଦନ କରିବେ ତେବେ ସରକାରଙ୍କ ରୁଟ ଦେଇ ଯିବାପରେ ରକ୍ଷା ,ଅନ୍ତରକ୍ଷ ପରମାଣୁ ଉର୍ଜାକୁ ଛାଡି ଓ ବିଦେଶୀ ନିବେଶ ପାଇଁ ପ୍ରତିବନ୍ଧକ ସେକ୍ଟରକୁ ଛାଡି ବାକି ସେକ୍ଟରରେ ନିବେଶ କରି ପରିବେ l ପ୍ରଥମ ଚରଣରେ ବାଣୀଜିକ କୋଇଲା ନିଲାମୀ ପାଇଁ ସମୁଦାୟ ୧୭ ଅରବ ଟନର କୋଇଲା ଭଣ୍ଡାର ୪୧ ଟି ଖଣି ରଖ ଯାଇଛି l ଏଥିରେ ବଡ ଓ ଛୋଟ ଖଣି ଉଭୟକୁ ଅନ୍ତର୍ଭୁକ୍ତ କରାଯାଇଛି l ଏହି ଖଣି ପାଞ୍ଚଟି ରାଜ୍ୟରେ ଅବସ୍ଥିତ ,ଏହି ରାଜ୍ୟ ଗୁଡିକ ହେଲା ଛତିଶ ଗଡ ,ଝାରଖଣ୍ଡ ,ଓଡିଶା ,ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ର l