ବାରିପଦା : ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ପଞ୍ଚାୟତରାଜ୍ ଗୃହଉନ୍ନୟନ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ବାରିପଦାରେ ପହଞ୍ଚି କୋଭିଡ୍-୧୯ ପରିଚାଳନା ସମ୍ବନ୍ଧରେ ଜିଲ୍ଲାପାଳ ବୀନିତ୍ ଭରଦ୍ୱାଜ ଓ ବିଭିନ୍ନ ଉଚ୍ଚପଦସ୍ତ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମୀକ୍ଷା କରିବା ସହ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନେ କିପରି ପ୍ଲାଜ୍ମା ଦାନ କରିପାରିବେ ସେ ସମ୍ବନ୍ଧରେ ବିଶଦ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳଙ୍କ ଫାଲିଟେସନ୍ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀଜେନା ଜିଲ୍ଲାରେ ଏବେ କରୋନାରୁ ସୁସ୍ଥ ହୋଇଥିବା ୪୬୫ଜଣଙ୍କ ମଧ୍ୟରୁ ୩୦୦ଜଣ ପ୍ଲାଜ୍ମା ଦାନ କରିବାପାଇଁ ସୂଚନା ଦେଇଥିଲେ ।
ଏଥିମଧ୍ୟରୁ ୧୫୦ଜଣ ପ୍ଲାଜ୍ମା ଦାନ ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ କରୋନାରେ ଯେପରି କୌଣସି ବ୍ୟକ୍ତିଙ୍କ ମୃତୁ୍ୟ ନହୁଏ ସେଥିପାଇଁ ସରକାର ଓ ଜିଲ୍ଲାପ୍ରଶାସନ ପ୍ରସ୍ତୁତ ଥିବାବେଳେ ଆଗାମୀ ୭ଦିନ ମଧ୍ୟରେ କୋଭିଡ୍-୧୯ ରୋଗୀ ପ୍ଲାଜ୍ମା ଥେରାପି ମାଧ୍ୟମରେ ସୁସ୍ଥ ପାଇଁ ପ୍ଲାଜ୍ମା ଦାନ କରିବା ପାଇଁ ସଚେତନ୍ କରାଯିବ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତି, ମରୋଡା ବିଧାୟକ ରାଜକିଶୋର ଦାସ ଓ ବିଜେଡି ନେତା ଦେବାଶିଷ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।