କେନ୍ଦ୍ରାପଡା : ଜଣେ ବୟସ୍କା ବୃଦ୍ଧା ମାକୁ ଖାଇବାକୁ ନଦେଇ ପୁଅ,ବୋହୂ ଘରୁ ତଡି ଦେଇଥିବା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି । ସ୍ୱାମୀ ମରିଯିବା ପରେ ଏହି ବିଧବା ମହିଳାଙ୍କୁ ପରିଣତ ବୟସରେ ପୁଅ,ବୋହୂ ନିର୍ଯ୍ୟତନା ଦେବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି
। ଅଭିଯୋଗ ମୁତାବକ ପଟ୍ଟାମୁଣ୍ଡାଇ ଥାନା ଅଧିନ ବନ୍ଧସାହୀ ଗ୍ରାମର ସ୍ୱର୍ଗତଃ ଗଜେନ୍ଦ୍ର ସେଠୀଙ୍କ ପତ୍ନୀ ନେତ ସେଠୀ ଙ୍କର ଦୁଇ ପୁଅ ଓ ବୋହୂ ମାନେ ନେତଙ୍କୁ ଖାଇବାକୁ ନଦେଇ ଘରେ ପୁରାଉ ନାହାନ୍ତି । ଫଳରେ ବୁଢୀ ଜଣକ ଗାଁରେ ବୁଲି ଏଣେତେଣେ ରହୁଥିବା ଅଭିଯୋଗ କରି ପୁଅ ଙ୍କ ଠାରୁ ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି ।