କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ଜିଲ୍ଲା ପାଇଁ ୬ଜଣ ରାଜ୍ୟ ପ୍ରଶାସନିକ ସେବାର ମହିଳା ଅଧିକାରୀ ମଙ୍ଗଳବାର ନିଯୁକ୍ତି ପାଇଛନ୍ତି । ନୂତନ ଭାବେ ନିଯୁକ୍ତି ପାଇଥିବା ଏହି ଅଧିକାରୀ ମାନେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ସେମାନଙ୍କର ଜଏନ ରିପୋର୍ଟ ପ୍ରଦାନ କରିଥିଲେ ।
ରାଜ୍ୟ ପ୍ରଶାସନିକ ସେବାରେ ନୂତନ ଭାବେ ମନୋନିତ ହୋଇଥିବା ଏହି ମହିଳା ମାନଙ୍କ ମଧ୍ୟରେ ଦମୟନ୍ତୀ ସାହୁ, ଅନ୍ୟନ୍ୟା ତ୍ରିପାଠୀ, କାବେରୀ ମୁଦୁଲି ୩ ଜଣ ଓଏଏସ ହୋଇଥିବା ବେଳେ ପ୍ରାଚୀ ପି୍ରୟାଦର୍ଶନୀ, ମଧୁସ୍ମିତା ନନ୍ଦ, ଅଙ୍କିତା ମହାନ୍ତି ଓଆରଏସ ଥିବା ଜଣା ପଡିଛି । ଏକ ବର୍ଷ ପାଇଁ ଏହି ୬ଜଣଙ୍କୁ ଟ୍ରେନିଙ୍ଗ ରିଜର୍ଭ ଅଫିସର (ଟି.ଆର.ଓ) ଭାବେ ରଖା ଯାଇଛି ।