Odisha news

ପାରାଦ୍ୱୀପ ପୋର୍ଟ ପକ୍ଷରୁ ପୋର୍ଟ କ୍ଲବ୍ ରେ କୋଭିଡ଼ି କେୟାର କେନ୍ଦ୍ର ଉଦ୍ ଘାଟିତ

0
ପାରାଦ୍ୱୀପ, ୪/୮ : କର୍ମଚାରୀଙ୍କ ପାଇଁ ପୋର୍ଟ କ୍ଲବ୍ ରେ ୫୦ ଟି ଶଯ୍ୟା ବିଶିଷ୍ଟ କୋଭିଡ଼ି କେୟାର କେନ୍ଦ୍ର କରାଯାଇଛି । ଏହି କେନ୍ଦ୍ର କୁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ ଘାଟନ କରିଥିଲେ । ରାଜ୍ୟରେ କରୋନା ମହାମାରୀ କାୟା ବିସ୍ତାର କଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ବନ୍ଦର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବନ୍ଦର ଭିତରେ କରୋନା କଟକଣାକୁ କଡା କଡ଼ି କରିବା ପାଇଁ ଥର୍ମାଲ ସ୍କ୍ରିନିଂ ବେବସ୍ତା କରାଯାଇଛି । ରାଜ୍ୟ ସରକାର ନିର୍ଦ୍ଦେଶ ଅନୁସାରେ କୋଭିଡ଼ି କେନ୍ଦ୍ର ପ୍ରସ୍ତୁତ କରାଯାଇଛି ଏହି କେନ୍ଦ୍ରରେ ସମସ୍ତ ସୁବିଧା ସାଙ୍ଗକୁ ସମସ୍ତଙ୍କୁ ମାସ୍କ ବଣ୍ଟନ ଏବଂ ସାନିଟାଇଜର ଦିଆଯିବ । କୋଭିଡ଼ି ନିୟମ ଅନୁଯାୟୀ ସମସ୍ତ ମେଡ଼ିକାଲ୍ ବର୍ଜ୍ୟବସ୍ତୁକୁ ସୁରକ୍ଷିତ ଭାବେ ପରିଚାଳନା କରାଯିବ ସହ କୋଭିଡ଼ି ନିୟମକୁ  ସୁଚାର ରୂପେ ପାଳନ କରାଯିବ ବୋଲି ବନ୍ଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ରିଙ୍କେଶ ରୟ କହିଥିଲେ ।
Leave A Reply