Odisha news

ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ଧର୍ତ୍ତି ନଗର ଶାଖା ଉଦଘାଟିତ

0
ବୁଗୁଡା ୪/୮ : ଗୁଜରାଟର ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ଧର୍ତ୍ତି ନଗର ଶାଖା କାର୍ଯ୍ୟାଳୟକୁ ଟ୍ରଷ୍ଟର ମୁଖ୍ୟ ସଭାପତି ପ୍ରଦୀପ କୁମାର ସାହୁ ଅଗଷ୍ଟ ୨ ତାରିଖ ରବିବାର ଦିନ ଉଦଘାଟନ କରିଛନ୍ତି। ରବିବାର ଦିନ  ସୁରତ ଧର୍ତ୍ତି ନଗର ଅଞ୍ଚଳର ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଟ୍ରଷ୍ଟର ମୁଖ୍ୟ ସଭାପତି ଶ୍ରୀ ସାହୁଙ୍କ ସମେତ
ଆଡ଼ଭୋକେଟ ସ୍ୱାତୀ ଦେବୀ,ପ୍ରଦୀପ ସାହୁ, ମନୋରଞ୍ଜନ ବାରିକ,ବିରଞ୍ଚି ବିଶ୍ୱାଳ,ଗୋପୀନାଥ ଲେଙ୍କା, ଅଭିମନ୍ୟୁ ମଣ୍ଡଳ, ଜୟରାମ ବିଷୋୟୀ, କାର୍ତ୍ତିକ ସ୍ଵାଇଁ, ଭାଗିରଥି ବେହେରା ପ୍ରଭୃତିଙ୍କ ଉପସ୍ଥିତରେ ଧର୍ତ୍ତି ନଗର ଶାଖାର କାର୍ମକର୍ତ୍ତା ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା। ଧର୍ତ୍ତି ନଗର ଶାଖାର ନୂତନ କାର୍ମକର୍ତ୍ତା ମାନେ ହେଲେ ହୃଷିକେଶ ଗୋବିନ୍ଦ ପାତ୍ର – ସଭାପତି, ଶ୍ରୀକାନ୍ତ ବିଜୟ କହଁର- ଉପସଭାପତି, ଏ.ରାଜେନ୍ଦ୍ର ପାତ୍ର, କରୁଣାକର ଭଞ୍ଜ, ଆକୁଳ ଦାଶ, ସୂର୍ଯ୍ୟନାରାୟଣ ବେହେରା, ଓ ଚିତ୍ତରଞ୍ଜନ ଖୁଣ୍ଟିଆ – ସମ୍ପାଦକ (୫ଜଣ), ଏବଂ ଜଗନ୍ନାଥ ପାଣିଗ୍ରାହୀ ଓ ମୁନା ସାହୁ – କୋଷାଧ୍ୟକ୍ଷ (୨ଜଣ)।
ଧର୍ତ୍ତି ନଗର ଶାଖା କାର୍ମକର୍ତ୍ତାଙ୍କୁ ମିଶାଇ କାର୍ଯ୍ୟକାରିଣୀ କମିଟିରେ ୩୯ ଜଣ ସଦସ୍ୟ ରହିଛନ୍ତି। ଏଥିସହ ଧର୍ତ୍ତି ନଗରର ମହିଳା ମଣ୍ଡଳୀର ମଧ୍ୟ ବୈଠକ ବସି ଆଲୋଚନା ହୋଇଥିଲା। ବର୍ତ୍ତମାନ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ମୁଖ୍ୟ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ସାରା ସୁରତ ମହନଗରୀର ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଏକ ବିରାଟ ବଟଦ୍ରୁମ ସଦୃଶ୍ୟ ଓଡ଼ିଆ ମାନଙ୍କ ସ୍ୱାର୍ଥ ଜଡିତ ବିଷୟ ଉପରେ କାର୍ଯ୍ୟ କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଛି।
Leave A Reply