Odisha news

କରୋନା ଯୋଦ୍ଧା ଆଇଆଇସି ରାକେଶ ତ୍ରିପାଠୀ : ସରକାରୀ କଟକଣା ଓ ଆଇନଶୃଙ୍ଖଳା ଚ୍ୟାଲେଞ ସୃଷ୍ଟି କରିଛି ..

0

ପଟ୍ଟାମୁଣ୍ଡାଇ : ମହାମାରୀ କରୋନା ଆତଙ୍କ ଭିତରେ ସମଗ୍ର ବିଶ୍ୱ ଥରହର ହୋଇପଡିବା ସହିତ ସବୁକିଛି ଓଲଟପାଲଟ ହୋଇଯାଇଛି । କରୋନାର ବିନାଶ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମାନେ ନିଜର ଗବେଷଣାକୁ ତ୍ୱରାନ୍ୱିତ କରିବା ସହିତ ବୈଜ୍ଞାନିକମାନଙ୍କ ଦ୍ୱାରା ଟୀକା ଓøଷଧ ବାହାର କରିବା ପାଇଁ ସମସ୍ତ ଶକ୍ତି ଖଟାଇଛନ୍ତି । ତଥାପି ଅଦ୍ୟାବଧି କୌଣସି ସଫଳ ଓøଷଧ ଟୀକା ବାହାରି ପାରିନାହିଁ । କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଦିନ ନିଜର ରଣନୀତି ବଦଳାଇବା ସହିତ ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ।

ମାତ୍ର କରୋନା ସଂକ୍ରମଣ କମିବାର ନାଁ ଧରୁନାହିଁ । ଏଭଳି ସଂକଟଜନକ ସ୍ଥିତିରେ ଜୀବନ ଓ ଜୀବିକା ଦୋଛକିରେ ଛିଡା ହୋଇଛି । କରୋନା ସଂକ୍ରମଣ ରୋକିବା ଓ କରୋନା ଯୁଦ୍ଧରେ ସରକାରୀ ଅଧିକାରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାରୀ ବ୍ଲକ, ତହସିଲ, ଥାନା ଓ ପୌରପରିଷଦ ଆଦି ସରକାରୀ ଅଫିସ, ଦପ୍ତର ଉପରେ କଡା କଟକଣା ଜାରି କରି ଜରୁରୀ ନଥିଲେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରିଛନ୍ତି ।

ମହାମାରୀ କରୋନା ମୁକାବିଲା ପାଇଁ ବହୁ ଉଚ୍ଚପଦସ୍ଥ ସରକାରୀ ପଦାଧିକାରୀ କରୋନା ଯୁଦ୍ଧରେ ନିଜକୁ ସାମିଲ କରିଛନ୍ତି । ସାଂପ୍ରତିକ ସମୟରେ ମହାମାରୀ କରୋନା ମୁକାବିଲା ପାଇଁ ସାଧାରଣ ପ୍ରଶାସନ ଅପେକ୍ଷା ପୋଲିସ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କରୋନା ଯୁଦ୍ଧରେ ସାମିଲ ହୋଇଥିବା ସରକାରୀ ପଦାଧିକାରୀଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ ଥାନା ଆଇଆଇସି  ଯୁବ ଇନିସପେକ୍ଟର ରାକେଶ ଅନ୍ୟତମ । ପଟ୍ଟାମୁଣ୍ଡାଇ ଥାନାର ଆଇଆଇସି ଭାବେ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଦାୟିତ୍ୱ ଗ୍ରହଣ କରିଥିବା ଯୁବ ଇନିସପେକ୍ଟର ଶ୍ରୀତ୍ରିପାଠୀଙ୍କ ବିଭିନ୍ନ ଦୃଷ୍ଟିକୋଣରୁ ସମବେଦନଶୀଳ ପଟ୍ଟାମୁଣ୍ଡାଇ ଅଚଂଳରେ ନିର୍ବାଚନ ପରିଚାଳନା ଯେପରି ଏକ ଚ୍ୟାଲେଞ ଥିଲା । ସେହିପରି ମହାମାରୀ କରୋନା ମୁକାବିଲା ମଧ୍ୟ ଏକ ଚ୍ୟାଲେଞ ସୃଷ୍ଟି କରିଛି ।

କାରଣ ଗମନାଗମନ ଦୃଷ୍ଟିରୁ ନଦୀନାଳ ଘେରା ଦୁର୍ଗମ ପଟ୍ଟାମୁଣ୍ଡାଇର ସମଗ୍ର ଅଚଂଳରେ କରୋନା ମୁକାବିଲା ସାଙ୍ଗକୁ ଆଇନଶୃଙ୍ଖଳା ବଜାୟ ରଖିବା ମଧ୍ୟ କାଠିକର ପାଠ । ପଟ୍ଟାମୁଣ୍ଡାଇ ଥାନା ସିନା ଆଦର୍ଶ ଥାନାର ମାନ୍ୟତା ପାଇଛି, ମାତ୍ର ଆବଶ୍ୟକ ଭିତିଭୂମି ଓ କର୍ମଚାରୀ ଅଭାବ ଏକ ମୁଖ୍ୟ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ନିଜ ଜୀବନ ଓ ପରିବାରକୁ ବିପଦ ମଧ୍ୟକୁ ଠେଲି ଦେଇ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ଯୁବ ଇନିସପେକ୍ଟର ଶ୍ରୀତ୍ରିପାଠୀ । କରୋନା ମୁକାବିଲା ପାଇଁ ସରକାରୀ ସ୍ତରରେ ପ୍ରତିଦିନ ବଦଳୁଥିବା ରଣନୀତି ସହିତ ସାମିଲ ହେବା ସଙ୍ଗେ ସଙ୍ଗେ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କ ନିଦେ୍ର୍ଦଶରେ ସରକାରୀ ନିଦେ୍ର୍ଦଶନାମା ଓ କଟକଣାକୁ କଡାକଡି ଭାବେ ପାଳନ କରି ପଟ୍ଟାମୁଣ୍ଡାଇରେ ଅନ୍ୟାନ୍ୟ ଅଚଂଳ ଅପେକ୍ଷା କରୋନା ସଂକ୍ରମଣ ରୋକିବାରେ ସଫଳ ହୋଇଛନ୍ତି ।

କୋଭିଡ ନିୟମ ଉଲଂଘନ ଅଭିଯୋଗରେ ବହୁ ବିବାହ ଓ ସାମାଜିକ ଧାର୍ମିକ କାର୍ଯ୍ୟକ୍ରମ ଉପରେ ଚଢାଉ କରି ଜୋରିମାନା ସହିତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଶଂସିତ ହୋଇଛନ୍ତି । ପ୍ରବାସୀ ଓ ଅମାନିଆ ଲୋକମାନଙ୍କ ପାଇଁ କରୋନା ସଂକ୍ରମଣ ବ୍ୟାପୁ ଥରବାରୁ ପ୍ରବାସୀଙ୍କ ଉପରେ କଡା ନଜର ରଖିବା ସହିତ ବିଭିନ୍ନ ପଚାଂୟତର ସରପଚଂ, ନିର୍ବାହୀ ଅଧିକାରୀ, ପୌରପରିଷଦର ୱାର୍ଡ ଅଫିସର ଓ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ୱେଛାସେବୀମାନଙ୍କୁ ସାମିଲ କରି କରୋନା ଯୁଦ୍ଧକୁ ଏକ ନିର୍ଣ୍ଣାୟକ ମୋଡରେ ପହଁଚାଇବାକୁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି । ଓଡିଶାର ଅନ୍ୟତମ ପ୍ରମୁଖ ବାଣିଜ୍ୟକେନ୍ଦ୍ର ଭାବରେ ପରିଚିତ ପଟ୍ଟାମୁଣ୍ଡାଇ ବଜାର ମଧ୍ୟରେ ଜନଗହଳି ରୋକିବା ପାଇଁ ବ୍ୟାପକ ସଚେତନତା ସାଙ୍ଗକୁ ଚଢାଉ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମାଛ, ମାଂସ ଓ ପରିବା ହାଟକୁ ସ୍ଥାନାନ୍ତର କରି ନିର୍ଦ୍ଧିଷ୍ଟ ସ୍ଥାନରେ ସାମାଜିକ ଦୂରତା ମଧ୍ୟରେ ବିକ୍ରି ପାଇଁ ତାଗିଦ ସହ ଅନୁମତି ପ୍ରଦାନ କରାଯାଇଛି ।

ପଟ୍ଟାମୁଣ୍ଡାଇ ବଜାର ମଧ୍ୟରେ ଥିବା ଦୋକାନୀ ଓ ଗ୍ରାହକମାନଙ୍କୁ ସାମାଜିକ ଦୂରତା ନରଖିଲେ ଜୋରିମାନା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଚଂଳରେ ଥିବା ସଙ୍ଗରୋଧ କେନ୍ଦ୍ର ଓ କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କରି ସରକାରୀ ବ୍ୟବସ୍ଥା ଓ ନିଦେ୍ର୍ଦଶନାମା, କଟକଣାର କାର୍ଯ୍ୟକାରିତାକୁ କଡାକଡି ଭାବେ ତଦାରଖ କରି କରୋନା ଯୁଦ୍ଧର ସଫଳତା ପାଇଁ ଲାଗିପଡିଛନ୍ତି । କରୋନାର ସଫଳ ମୁକାବିଲା ପାଇଁ ସଚେତନତା ଓ ସତର୍କତା ବଜାୟ ରଖିଲେ ଯୁଦ୍ଧରେ ବିଜୟୀ ହୋଇପାରିବା ବୋଲି ଜନସାଧାରଣଙ୍କୁ ଭରସା ଦେବା ସହିତ ସରକାରୀ ନିଦେ୍ର୍ଦଶନାମା ଓ କଟକଣା କଡାକଡି ଭାବେ ପାଳନ କରିବାକୁ ନିବେଦନ କରିଛନ୍ତି । ମହାମାରୀ କରୋନା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କରୋନା ଯୋଦ୍ଧା ଭାବେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଇଆଇସି ଶ୍ରୀତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

Leave A Reply