Odisha news

ରାଜପଥରେ ୨ ଦୁର୍ଘଟଣା, ୧ ମୃତ, ବାଇକକୁ ଧକ୍କା ଦେଲା ଟ୍ରକ, ଆରେହୀ ସମେତ ଟ୍ରକ ଡ୍ରାଇଭର ଗୁରୁତର

0

ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ସଡକ ଦୁର୍ଘଟଣା ଘଟି ଜଣଙ୍କର ମୃତୁ୍ୟ ହେବା ସହ ୨ଜଣ ଗୁରୁତର ଅବସ୍ଥାରେ ଚିକିସôିତ ହେଉଛନ୍ତି । ପ୍ରକାଶଯେ ପାଣିକୋଇଲି ଟୋଲ ପ୍ଲାଜା ଆଡୁ ଏକ ପଲସର ବାଇକ (ଓଡି୨୨ଏଚ ୬୮୦୫) ଯୋଗେ ୨ଜଣ ପାଣିକୋଇଲି ଆଡକୁ ଆସୁଥିବା ବେଳେ ଶର୍ମା ପେଟ୍ରୋଲ ପମ୍ପ ଅନତୀଦୂରରେ ଟ୍ରକଟି ( ଓଆର୦୯କେ ୦୮୫୬)କୁ ତାଙ୍କୁ ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ମାଳଦା ଉତରାବାଡ ଗ୍ରାମର କାଳନ୍ଦୀ ଜେନାଙ୍କ ପୁଅ ସମୀର ରଂଜନ (୨୨) ଙ୍କର ମୃତୁ୍ୟ ହୋଇଥିବା ବେଳେ ସହଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଟ୍ରକଟି ପଲସରକୁ ଶହେ ମିଟର ପର୍ଯ୍ୟନ୍ତ ଚକାରେ ଘୋଷାଡି ନେଇ ଯାଇଥିବା ବେଳେ ଆଗକୁ ଟ୍ରକଟି ଯାଇ ନପାଇବାରୁ ଡ୍ରାଇଭର ଗାଡି ଛାଡି ସେଠାରୁ ବିପରୀତ ରାସ୍ତାରେ ଦୌଡି ରାସ୍ତା ପାର ହେଉଥିବା ସମୟରେ ପାଣିକୋଇଲି ଓଭରବ୍ରିଜରୁ ଯାଉଥିବା ଏକ ଅଲଟୋ କାର (ଡବ୍ଲୁବି ୩୬ଜି ୫୩୩୫) ତାଙ୍କୁ ଧକ୍କା ଦେଇ ପଳାଇଯାଇଥିଲା । ଫଳରେ ଟ୍ରକ ଡ୍ରାଇଭରର ଅବସ୍ଥା ସଙ୍କଟାପନ୍ନ ରହିଛି । ପୁଲିସ ଘଟଣାସ୍ଥଳେ ପହଂଚି ମୃତ ଓ ଆହତ ମାନଙ୍କୁ ପିସିଆର ଯୋଗେ ଯାଜପୁର ମୁଖ୍ୟ ଚିକିସôାଳୟକୁ ନେବା ସହ ଟ୍ରକ, ବାଇକ ଓ କାରଟିକୁ ଟୋଲ ଗେଟ ନିକଟରୁ ଜବତ କରିଛି ।

Leave A Reply