Odisha news

ଅସ୍ତରଙ୍ଗରେ ପୁଣି୨ ନୂଆ ପିଜିଟିଭ ଚିହ୍ନଟ ଜାହାନିଆ ପୀଠସ୍ଥଳୀ ଓ ସଲଗ୍ନ ଦୁଇ ଗୋଟି ଗ୍ରାମ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା

0

ଅସ୍ତରଙ୍ଗ:ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଛୁରିଆନା ଗ୍ରାମ ପଂଚାୟତର ପୀର ଜାହାନିଆଁ ବେଳାଭୂମୀ ସମେତ, ତତ୍ସଲଗ୍ନ କେତେଗୋଟି ଗ୍ରାମକୁ ୪ ଦିନ ପାଇଁ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା କରାଯାଇଥିବା ସରପଂଚ ଶ୍ରୀମତି ବିଦୁଲତା ବିଶ୍ୱାଳ ପ୍ରକାଶ କରିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ବର୍ତ୍ତମାନ କୋଭିଡ ଭଳି ଭୟାବହ ଭୂତାଣୁ ଜନିତ ରୋଗ ବ୍ୟାପୁ ଥିବାବେଳେ, ଅସ୍ତରଙ୍ଗର ପୀରଜାହାନିଆଁ ପୀଠକୁ ପର୍ଯ୍ୟଟକ ମାନଙ୍କ ଯାତା ୟତବନ୍ଦ ହୋଇ ନଥିଲା ।

ତତ୍ପରେ ପୀରଜାହାନିଆଁ ସଲଗ୍ନ ଦୁଇ ଗୋଟି ଗ୍ରାମ ଯଥା- ଗୁଣ୍ଡଳବା ଓ ପାପିରାରେ ଦୁଇ କରୋନା ପଜିଟିଭ୍ଚି ହ୍ନଟହେବା ପରେ ସରପଂଚ ଶ୍ରୀମତି ବିଶ୍ୱାଳସବୁ ଦୃଷ୍ଟିରୁ ବିଚାର କରି ପୀର ପୀଠକୁ ସଂଯୋଗ କରୁଥିବା ରାସ୍ତାକୁ ବ୍ୟାରିକେଟ୍କରି ସୂଚନା ଫଳକ ଦେଇ ପୀର ପୀଠସହ ଗୁଣ୍ଡଳବା ଗ୍ରାମକୁ ନିଯାବା ପାଇଁ ନିଦେ୍ର୍ଦଶ ନାମା ଜାରି କରିଛନ୍ତି ।

ଏଠାରେ ପ୍ରକାଶ ଯେ, ଗୁଣ୍ଡଳବା ଗ୍ରାମର ଜୈନିକ ଯୁବକ ସାଉଦି ଆରବ ରୁ ଆସିଥିବା ବେଳେ ପାପିରାର ଯୁବକ ଜଚ୍ଚଙ୍କ ହାଇଦ୍ରାବାଦରୁ ଫେରିଥିଲେ । ଅପର ପକ୍ଷରେ ଦିନକୁ ଦିନ କ୍ରମାଗତ ଭାବେ କରୋନା ପିିଜିଟିଭ ସଂଖ୍ୟା ଅସ୍ତରଙ୍ଗ ବ୍ଲକ ଅଂଚଳରେ ବଢ଼ିବାରେ ଲାଗିଅଛି । ମଙ୍ଗଳବାର ଦିନ ଆଉ ଦୁଇ ନୂଆ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି ଓ ସେମାନେ ଲୋକାଲ କେସ୍ବୋଲି ଜଣାପଡିଥିବାବେଳେଜଣକର ଘର ରତନ ପୁର ହୋଇଥିବାବେଳେ ଅନ୍ୟ ଜଚ୍ଚଙ୍କ ଘର ଅଠତୀରା ଗ୍ରାମବୋଲି ଅସ୍ତରଙ୍ଗ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଭାରାପ୍ରାପ୍ତ ଚିକିସôା ଅଧିକାରୀ ଡାକ୍ତର ସଂଜୟକୁମାର ପ୍ରଧାନ କହିଛନ୍ତି ଓ ଏମାନଙ୍କୁ ଏହି ବ୍ଲକ ଅଧିନ ରତନପୁର କୋଭିଡ କେୟାର ସେଣ୍ଟରରେ ରଖାଯାଇଅଛି ।

Leave A Reply