Odisha news

ଘରୋଇ ଡାକ୍ତରଖାନାରେ ପଜିଟିଭ, କୋଭିଡ୍ ହସପିଟାଲରେ ନେଗେଟିଭ୍ ଦ୍ୱନ୍ଦରେ ଗ୍ରାମବାସୀ

0

ବାଙ୍କୀ :  ଦିଲ୍ଲୀ ଫେରନ୍ତା ପରିବାର ନିଜ ଆଡି ଯାଇ ଏକ ଘରୋଇ ଡାକ୍ତରଖାନାରେ ସ୍ୱାବନମୁନା ପରୀକ୍ଷା କରାଇବାକୁ ଦେବାପରେ ପଜିଟିଭ ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ର କୋଭିଡ୍ ହସପିଟାଲରେ ନେଗେଟିଭ୍ ଆସିବାରୁ ଏବେ ଛାଡି ଦିଆଯାଇଛି ଘରକୁ । ଯାହାକୁ ଦେଇ ଗ୍ରାମବାସୀ ମାନେ ଦନ୍ଦରେ ପଡିଯାଇଥିବା ସରପଞ୍ଚ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବାଙ୍କୀ ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ଗୋଟିଏ ପରିବାରର ତିନିଜଣ ସଦସ୍ୟ ଦିଲ୍ଲୀରୁ ଆସି ପଞ୍ଚାୟତ କିମ୍ବା ବ୍ଲକ ପକ୍ଷରୁ କରାଯାଇଥିବା କ୍ୱାରେଣ୍ଟାଇନରେ ନରହି ନିଜେ ନିଜ ଘରେ ଗ୍ରାମରେ ଆସି ରହୁଥିଲେ । ମାତ୍ର ଗ୍ରାମବାସୀ ମାନେ ପରୀକ୍ଷା କରାଇବାକୁ ଦାବି କରିବାରୁ ପରିବାରର ଦମ୍ପତ୍ତି ଦୁଇ ଜଣ ଯାଇ ଭୁବନେଶ୍ୱର ସ୍ତିତ ସମ୍ ହସପିଟାଲରେ ସ୍ୱାବନମୁନା ପରୀକ୍ଷା କରାଇଥିଲେ । ମାତ୍ର ପନôୀଙ୍କର ପଜିଟିଭ ହୋଇଥିବା ସୂଚନା ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ସଂପୃକ୍ତ ମହିଳାଙ୍କର ପଜିଟିଭ ରିପୋର୍ଟ ଦିଆଯାଇଥିଲା ପରେ ବାଙ୍କୀ ବ୍ଲକ ସୂବର୍ଣ୍ଣପୁର ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ମଧ୍ୟ ପଜିଟିଭଙ୍କ ସଂପର୍କରେ ସୂଚନା ଦିଆଯାଇ ଥିଲା । ତାଙ୍କୁ ଆଠଗଡ ସ୍ଥିତ କୋଭିଡ ହସପିଟାଲକୁ ପଠାଇଦିଆଯାଇ ସଂପୃକ୍ତ ମହିଳାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇ ୧୦ଜଣଙ୍କୁ କରିବା ପାଇଁ ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଦୁଇଜଣ ଡାକ୍ତର ଆସି ଜଗନ୍ନାଥପୁରରେ ପହଞ୍ଚି କଣ୍ଟାକ୍ଟ ଟ୍ରେସିଂ କରି ଘରୋଇ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ଜଗନ୍ନାଥପୁରରୁ କରୋନା ପଜିଟିଭ ଚିହ୍ନଟ ପରେ ସରପଞ୍ଚ ସଜିତା ଦାସ ୪୮ଘଣ୍ଟିଆ ସଟଡାଉନ ଘୋଷଣା କଲେ ।

ଅନ୍ୟ ପକ୍ଷରେ ଆକ୍ରାନ୍ତଙ୍କର ନେଗେଟିଭ ପୁଣି ଆସିବାରୁ କୋଭିଡ ହସପିଟାଲ ପକ୍ଷରୁ ଘରକୁ ପଠାଇ ଦିଆଯାଇଛି । ତେବେ ଘରୋଇ ଡାକ୍ତରଖାନାରେ ପଜିଟିଭ, ସରକାରୀ କୋଭିଡ ସେଣ୍ଟରରେ ନେଗେଟିଭ, କେଉଁଠି ଠିକ୍ ବୋଲି ଗ୍ରାମବାସୀ ମାନେ ଚିନ୍ତାରେ ପଡିଯାଇଛନ୍ତି । ପ୍ରକାଶ ଥାଉକି ଦିଲ୍ଲୀରୁ ଏହି ପରିବାର ଗାଁକୁ ଆସିବା ପାଇଁ ପୂର୍ବରୁ ନାମ ପଞ୍ଜିକରଣ କରି ନାହାନ୍ତି କି  ଫେରିବା ସମୟରେ ପଞ୍ଚାୟତରେ ସରପଞ୍ଚଙ୍କୁ କୈାଣସି ସୂଚନା ନ ନେଇ ନିଜ ଘରେ ରହିଥିବାର ଅଭିଯୋଗ କରିଥିଲେ ସରପଞ୍ଚ । ଏପରିକି ନିଜ ଘରେ ରହିବାରୁ ଗ୍ରାମବାସୀ ମାନେ ଅଭିଯୋଗ କରିବାରୁ ସେ ନିକଟସ୍ଥ ବଳଭଦ୍ରପୁର ପଞ୍ଚାୟତର କଲ୍ୟାଣ ମଣ୍ଡପଠାରେ ରହିଥିବା ଅନେକ ସୂଚନା ଦେଇଛନ୍ତି । ତେବେ ପଞ୍ଜିକରଣ ନ କରି ଗ୍ରାମକୁ ସିଧା ଆସିଥିବା ବୂକ୍ତିଙ୍କୁ ତୁରନ୍ତ ସଂଗରୋଧ ରେ ରଖିବା ପାଇଁ ସରପଞ୍ଚ ଅଭିଯୋଗରେ ଦର୍ଶାଇ ଛନ୍ତି । ଏ ସଂପର୍କରେ ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରାଜ କିଶୋର ସାହୁଙ୍କୁ ପଚାରିବାରେ ସେ କହିଲେ ଘରୋଇ ଡାକ୍ତରଖାନାରେ ପଜିଟିଭ ଆସିବାରୁ ଆମେ ଆସି କଣ୍ଟାକ୍ଟ ଟ୍ରେସିଂ କରିଥିଲୁ । ସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଦଶ ଅନୁଯାୟୀ ଆମ୍ଭେ କରିଛୁ ।

Leave A Reply