ସୋର : ସୋର ପୁଲିସ ହାତରେ ଲାଗିଛି ବଡ ସ‘ଳତା । ଆନ୍ତଃଜିଲା ବାଇକ୍ ଚୋରି ର୍ୟାକେଟର ପର୍ଦ୍ଦା‘ାସ୍ ହୋଇଛି । ମାଷ୍ଟର୍ ମାଇଣ୍ଡ ସହିତ ଜଣେ ସହଯୋଗୀକୁ ଗିର‘ କରିବା ସହ ସେମାନଙ୍କଠାରୁ ୨୧ଟି ଚୋରା ମଟରସାଇକେଲ ଓ ୪ଟି ସ୍କୁଟି ଜବତ କରାଯାଇଥିବା ସଂପର୍କରେ ସୋର ଥାନା ଆଇଆଇସି ମଧୁମିତା ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବିଭିନ୍ନ ଜିଲାରୁ ବାଇକ୍ ଚୋରିକରି ଏହି ଚୋରଜଣକ ସୋରର ଜଣେ ଦଲାଲ ମାଧ୍ୟମରେ ଲୋକଙ୍କୁ ସ୍ୱଳ୍ପ ଦାମରେ ବିକ୍ରି କରୁଥିବାର ସୂଚନା ପୁଲିସକୁ ମିଳିବା ପରେ ଏହି ର୍ୟାକେଟ୍ର ମାଷ୍ଟର ମାଇଣ୍ଡ ଭଦ୍ରକ ପୁରୁଣା ବଜାରର ସେକ୍ ବବ୍ଲୁ ବିଭିନ୍ନ ସ୍ଥାନରୁ ଭଲ ଭଲ ବ୍ରାଣ୍ଡର ବାଇକ୍ ରୋରି କରି ସୋର ପୌର ପରିଷଦ ଅନ୍ତର୍ଗତ କାଜିମହଲା ବସ୍ତିର ସେକ୍ ବାବୁକୁ ମାତ୍ର ୫ ହଜାର ଟଙ୍କାରେ ବିକ୍ରି କରୁଥିଲା । ଏହି ସବୁ ବାଇକ୍ ବିଶେଷ କରି ଭଦ୍ରକ, ବାସୁଦେବପୁର, ବନ୍ତଛକ, ରେମୁଣା, ବାଲେଶ୍ୱର ଆଇଟିଆଇ ଛକ ଓ ଧାମନଗର ଅଂଚଳରୁ ଚୋରି କରି ତତ୍କ୍ଷଣାତ୍ ବିଜୁଳି ବେଗରେ ସୋରକୁ ଆଣୁଥିଲା । ଜାତୀୟ ରାଜପଥରେ ଆସି ସୋର-ସାଜନପୁର ରାସ୍ତା ତାରିଣୀ ଛକରେ ପୂର୍ବରୁ ଜଗିରହିଥିବା ସେକ୍ ବାବୁ ମାତ୍ର ୫ ହଜାର ଟଙ୍କା ଦେଇ ବବ୍ଲୁଠାରୁ ବାଇକ୍ ନେଇ ୧୦ ହଜାରରୁ ଉର୍ଦ୍ଧ ଟଙ୍କାରେ ଗ୍ରାହକ ଯୋଗାଡ କରି ବିକ୍ରି କରୁଥିଲା ।
ଗତ ୪ ଦିନ ତଳେ ବାବୁ ଚୋରି ବାଇକ୍ ନେଇ ସୋର ସହରକୁ ଆସୁଥିବା ସମୟରେ ପେଟ୍ରୋଲିଙ୍ଗ୍ରେ ଥିବା ପୁଲିସ୍ ଗାଡିକୁ ଦେଖି ବାଇକ୍ ଛାଡି ଦୌଡି ପଳାଉଥିବା ସମୟରେ ପୁଲିସ ତାଙ୍କୁ କାବୁ କରିନେଇଥିଲା । ପଚରାଉଚରା ବେଳେ ବାଇକ୍ର କାଗଜପତ୍ର ନଥିବାରୁ ସେ ପୁଲିସ୍ ଭୟରେ ପଳାଉଥିବା କହିବାରୁ ପୁଲିସର ସନେ୍ଦହ ବଢ଼ିଥିଲା । ଅଧିକ ଖୋଳତାଡ ପରେ ପୁଲିସ୍ ଗୋଟେ ପରେ ଗୋଟେ ୨୫ଟି ବାଇକ୍ ଏବଂ ସ୍କୁଟି ଜବତ କରିବାକୁ ସକ୍ଷମ ହୋଇଥିଲା । ଏହି ଜବତ ବେଳେ ହିରୋ ଗ୍ଲେମୋର-୩, ସ୍କୁଟି-୪, ହିରୋ ଡଲକ୍ସ-୧, ପେସନ-୩, ସ୍ପେଣ୍ଡର-୩, ହୋଣ୍ଡାସାଇନ୍-୭, ୟାମାହା-୧ପୁଲିସକୁ ମିଳିଛି । ବବ୍ଲୁର ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ବାଇକ୍ ଚାଳକ ଗାଡି ଛିଡା କରି କିଛି କାମରେ ଚାଲି ଯାଉଥିବା ବେଳେ ସେ ମାତ୍ର ୩/୪ ସେକେଣ୍ଡରେ ବାଇକ୍ର ମାଷ୍ଟର ଲକ୍ ଭାଙ୍ଗି ବିଜୁଳି ବେଗରେ ବାଇକ୍ ନେଇ ପଳାଉଥିଲା ।
ସେ ଏହି କାରନାମା ବର୍ଷେ ତଳୁ ଆରମ୍ଭ କରି ବେଶ୍ ଅର୍ଥ କମାଇଥିଲା । ଆବଶ୍ୟକ ହେଲେ ତାକୁ ପୁଣିଥରେ ରିମାଣ୍ଡରେ ଆଣି ଅଧିକ ଚୋରି ଘଟଣା ସଂପୃକ୍ତିର ଖୋଳତାଡ଼ କରାଯିବ ବୋଲି ପୁଲିସ କହୁଛି । ଏହି ଚଢ଼ାଉ ଆଇଆଇସି ଶ୍ରୀମତୀ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଗଠିତ ଏକ ଟିମ୍ରେ ଏଏସ୍ଆଇ ପ୍ରଦୀପ କୁମାର ମହାନ୍ତି ଓ ପ୍ରତାପ କାଲୋ ନେତୃତ୍ୱ ନେଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ । ଏବାଦରେ ସୋରଥାନା କେଶ ନମ୍ବର ୨୩୫/୨୦ରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି