ଡେରାବିଶ : ଡେରାବିଶ ବ୍ଲକ ଚାନେ୍ଦାଳ ପଂଚାୟତ ଅନ୍ତର୍ଗତ ପଥରପଡ଼ା ଗ୍ରାମର ଜଣେ ସାଧାରଣ ଗରିବ କୃଷକର ଗତକାଲି ସର୍ପାଘାତରେ ମୃତୁ୍ୟ ହୋଇଯାଇଛି । ଘଟଣାରୁ ପ୍ରକାଶ ଗତକାଲି ପଥରପଡ଼ା ଗ୍ରାମର କୈଳାସ ଚନ୍ଦ୍ର ଦାସ ବିଲକୁ କାମ କରିବାକୁ ଯାଇଥିଲେ । ସେଠାରେ ହିଡ଼ ହାଣୁଥିବା ବେଳେ ତାଙ୍କ ଗୋଡ଼କୁ କିଏ କାମୁଡ଼ି ଦେଇଥିଲା । ସେ ଏ ଘଟଣାକୁ ଗୁରୁତ୍ୱ ନଦେଇ ଘରକୁ ଗାଧୋଇ ଫେରିବା ପରେ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ତାଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପରେ ଡାକ୍ତର ଚିକିତ୍ସା ଆରମ୍ଭ କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।
ହେଲେ ଅଧାବାଟରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ଖବର ପାଇ ଚାନେ୍ଦାଳ ପଂଚାୟତର ସମିତିସଭ୍ୟ ମଧୁସୂଦନ ଘଡ଼େଇ ଶବକୁ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଆଜି ମଧ୍ୟାହ୍ନରେ ବ୍ୟବଚ୍ଛେଦ କରାଯାଇ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ମୃତ କୈଳାସ ଜଣେ ଗରିବ କୃଷକ ଏବଂ ତାଙ୍କର ଏକମାତ୍ର କନ୍ୟା ବିବାହ ହୋଇଯାଇଥିବା ବେଳେ ଘରେ କୈଳାସଙ୍କ ଏକମାତ୍ର ପନôୀ ନିରାଶ ହୋଇପଡ଼ିଛନ୍ତି । ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସମିତିସଭ୍ୟ ଶ୍ରୀ ଘଡ଼ାଇ ସରକାରଙ୍କ ନିକଟରେ ଦାବି କରିଛନ୍ତି ।