କରୋନାରେ ପୀଡିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହାଙ୍କ ଆଶୁଆରୋଗ୍ୟ କାମନା କରି ଜଗନ୍ନାଥ ମନ୍ଦିରରେ ବିଜେପି ପକ୍ଷରୁ ପୂଜାର୍ଚ୍ଚନା
ବାରିପଦା : କରୋନାରେ ପୀଡିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହାଜୀଙ୍କ ସୁସ୍ଥ ଏବଂ ନିରାମୟ ଜୀବନଯାପନ ନିମନ୍ତେ ବାରିପଦା ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଦ୍ୱୀପ ପ୍ରଜ୍ଜଳନ ପୂର୍ବକ ଆଶୁ ଆରୋଗୀ କାମନା କରିଥିବା ଜଣାପଡିଛି ।
ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍ଙ୍କ ନେତ୍ୱତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ୍, ସାରସକଣା ବିଧାୟକ ଡଃ ବୁଢାନ୍ ମୁର୍ମୁଙ୍କ ସମେତ ସୁବଦା ମୁର୍ମୁ, କୌଶଲ୍ୟା ନାଏକ, ପ୍ରଦୀପ କୁମାର ପାତ୍ର, ତପନ କୁମାର ହାବୋଡା, ଜିଲ୍ଲା ଲକ୍ଷ୍ମୀଧର ହାବୋଡା ଓ ବିଜୟ କୁମାର ହୋତା ପ୍ରମୁଖ ଜଗନ୍ନାଥ ମନ୍ଦିରଠାରେ ସମବେତ ହୋଇ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।