କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ଜିଲ୍ଲାରେ ଆଜି ଗୋଟିଏ ଦିନରେ ୧୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣା ପଡିଛି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ବିରସ୍ୱତୀ ଗ୍ରାମର ୧୦ନଂ ୱାର୍ଡରେ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ଘରକୁ ତାଙ୍କର ଜଣେ ସଂପର୍କୀୟ ପ୍ରବାସୀ ବୁଲି ଆସିଥିଲେ ।
ସେ ତାଙ୍କ ଘରୁ ଫେରିବା ପରେ ସେ ଘରର ୨ ଭଉଣୀ ଥଣ୍ଡା, କାଶ , କ୍ୱରରେ ପିଡିତ ହୋଇଥିଲେ । ତାଙ୍କ ସ୍ୱାବ୍ ନମୁନା ପରୀକ୍ଷା ହେବାପରେ ସେମାନେ କରୋନା ସଂକ୍ରମିତ ହୋଇଥିବାର ଜଣା ପଡିଥିଲା । ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମର କିଛି ଅଂଚଳକୁ କଣ୍ଟେନମେଣ୍ଟ ଜୋନ କରିବା ସହ ସାନିଟାଇଜ କରାଯାଇଛି ।