Odisha news

ଦୁଇ ବାଇକ୍ ଧକ୍କା ୨ ଗୁରୁତର

0

ଡେରାବିଶ :  ଡେରାବିଶ ବ୍ଳକ ବସପୁର ପଂଚାୟତ ଅନ୍ତର୍ଗତ ଗୋବରୀ କେନାଲ୍ ବନ୍ଧର ନରହରିପୁର ଠାରେ  ଦୁଇଟି ବାଇକ୍ ମଧ୍ୟରେ ଧକ୍କାହୋଇ ଉଭୟ ଗାଡ଼ିର ଚାଳକ ଗୁରୁତର ଅବସ୍ଥାରେ ମେଡ଼ିକାଲ୍ରେ ଭର୍ତି ହୋଇଛନ୍ତି ।  ଘଟଣାରୁ ପ୍ରକାଶ ଆଜି ଅପରାହ୍ନରେ ଖମୋଳ ପଂଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମର ଭ୍ରମରବର ଯେନାଙ୍କ ପୁଅ ରବିନ୍ଦ୍ର (୩୫) ନିଜ ବାଇକ୍ରେ ନରହରିପୁରର ତାଙ୍କ ବନ୍ଧୁ ଘରକୁ ଯାଇ ଫେରୁଥିଲେ ।

ଗୋବରୀ କେନାଲ୍କୁ ଅତିକ୍ରମ କରିବା ସମୟରେ କେନାଲ୍ର ବାମପାଶ୍ୱର୍ ବନ୍ଧ ରାସ୍ତାରେ କେନ୍ଦ୍ରାପଡ଼ା ଅଂଚଳର ଜଣେ ବ୍ୟକ୍ତି ଦାନପୁର ଅଭିମୁଖେ ଯାଉଥିବା ସମୟରେ ତାଙ୍କୁ ଧକ୍କା ଦେଇଥିଲେ । ଫଳରେ ଉଭୟ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ । ସ୍ଥାନୀୟ ଅଂଚଳର କିଛି ଯୁବକ ନିଶ୍ଚିନ୍ତ କୋଇଲି ଅଗ୍ନିଶମ ଗାଡ଼ିକୁ ଫୋନ୍ କରିଜଣାଇଥିଲେ । ତେବେ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଂଚିଲା ବେଳକୁ କେନ୍ଦ୍ରାପଡ଼ା ଅଂଚଳର ଆହାତ ଯୁବକଙ୍କୁ ତାଙ୍କ ପରିବାର ଲୋକ ଏକ କାର ଯୋଗେ କେନ୍ଦ୍ରାପଡ଼ା ଚିକିତ୍ସାଳୟ ଅଭିମୁଖେ ନେଇଯାଇଥିଲେ । ପରେ ଅଗ୍ନିଶମ ବାହିନୀ ଆହାତ ରବିନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ଚିକିତ୍ସାଳୟକୁ ନେଇଯାଇଥିବା ଜଣାଯାଇଛି ।

 

Govt
Leave A Reply