Odisha news

ସୁବର୍ଣ୍ଣରେଖାରେ ନୂତନ ବାଲି ସୈରାତ ନିଲାମ ଲାଗି ବିଭିନ୍ନ ବିଭାଗର ସର୍ଭେ

0

ଜଳେଶ୍ୱର : ସୁବର୍ଣ୍ଣରେଖା ନଦୀର ନୂତନଭାବେ ସୃଷ୍ଟି ହୋଇଥିବା ବାଲିପଠାକୁ ନିଲାମ ଦେବାଲାଗି ବାଲେଶ୍ୱର ଉପଜିଲାପାଳଙ୍କ ନିଦେ୍ର୍ଦଶରେ ଆଜି ଏକ ୨୫ଜଣିଆ ଟିମ୍ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନ ବୁଲି ସର୍ଭେ ସାରିଛନ୍ତି । ଏହା ଫଳରେ ବିଭିନ୍ନ ସ୍ଥାନରୁ ଚୋରାବାଲି ଉତ୍ତୋଳନ ବନ୍ଦ ହୋଇ ପାରିବ ବୋଲି ରାଜସ୍ୱ ବିଭାଗ ଆକଳନ କରିଛି । ଗତ ଜୁଲାଇ ୨୭ ତାରିଖରେ ବାଲେଶ୍ୱର ଉପଜିଲ୍ଲାପାଳ ଆଶିଷ ଈଶ୍ୱର ପଟେଲଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ସ୍ଥାନର ବାଲି ସୈରାତ ସଂପର୍କରେ ଆଲୋଚନା ହୋଇଥିଲା ।

ତେଣୁ ଜିଲ୍ଲାପାଳଙ୍କ ଚିଠ ନଂ ୫୦୭ ତା ୨୭-୭-୨୦ ଅନୂଯାୟୀ ଅଗଷ୍ଟ ୧ ବା ୨ ତାରିଖରେ ୫ଟି ବିଭାଗର କର୍ମଚାରୀଙ୍କୁ ନେଇ ଜିଲ୍ଲାର ବିଭିନ୍ନ ନୂଆ ବାଲି ସୈରାତ ସଂପର୍କରେ ସର୍ଭେ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ଗତ ୧ ତାରିଖରେ ଅନ୍ୟ ସ୍ଥାନ ଗୁଡିକରେ ସର୍ଭେ ହୋଇଥିବା ବେଳେ ଆଜି ସୁବର୍ଣ୍ଣରେଖା ନଦୀର ଏକତାଳି କ, ଏକତାଳି ଖ, ଗୋବର୍ଦ୍ଧନପୁର, ଚୋରମରାର ଚଣ୍ଡି ବସ୍ତି, ଗଡସାହି ବାଲିଆପାଳ, ଦିନା ବେଲବାରିଆ, ପାଳବେଗୁନିଆ ଓ ବାଲିଆପାଳସ୍ଥିତ ନୂତନ ବାଲି ସୈରାତ ଗୁଡିକ ସର୍ଭେ କରିଛନ୍ତି ।

ଏ ଅଂଚଳ ଗୁଡିକରେ ପ୍ରକୃତ ନଦୀଶଯ୍ୟା କେତେ ଏକର ଓ ସେଥିରୁ କେତେ ଏକର ସ୍ଥାନରୁ ବାଲି ଉତ୍ତୋଳନ ହେବ ତଥା ପ୍ରଦୂଷଣ ବୋର୍ଡ, ଖଣି ବିଭାଗ, ଜଂଗଲ ବିଭାଗ ଓ ଜଳସେଚନ ବିଭାଗର ମତାମତ ସହିତ ରାଜସ୍ୱ ବିଭାଗର ତହସିଲଦାରମାନଙ୍କ ଠାରୁ ମତାମତ ଉପଜିଲ୍ଲାପାଳ ଚାହିଁଥିଲେ । ଏହି ଟିମ୍ରେ ରିଜିଓନାଲ ଷ୍ଟେଟ୍ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଅନୀଲ କୁମାର ବାରିକ, ବାରିପଦା ମାଇନିଂ ଅଫିସ୍ ପକ୍ଷରୁ ସୁରେନ୍ଦ୍ର ସିକ୍ଲେ, ଜଳ ସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରିୟବ୍ରତ ସିଂ ଓ ନିର୍ମଳକାନ୍ତି ଜେନା, ବନବିଭାଗର ଏସ୍ସିଏଫଓ ତପନ କୁମାର ପରିଡା, ସରୋଜ କୁମାର ମହାନ୍ତି, ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ସୁପର ଭାଇଜର ସୁଭେନ୍ଦୁ କୁମାର ସାହୁ, ଜମଳାପୁର ଆର୍ଆଇ ପ୍ରଭୁରାମ କାସ୍ତ, ଅମୀନ ପ୍ରତାପ କୁମାର ଭଂଜଙ୍କ ସହିତ ବସ୍ତା, ରେମୁଣା, ବାଲିଆପାଳର ତହସିଲଦାରମାନେ ଉପରୋକ୍ତ ସ୍ଥାନଗୁଡିକୁ ଅନୁଧ୍ୟାନ କରି ଫେରିଛନ୍ତି । ଉପରୋକ୍ତ ସ୍ଥାନ ଗୁଡିକରେ ଚୋରାରେ ବାଲି ଚାଲାଣ ହେଉଥିବାରୁ ସରକାରଙ୍କ ରାଜସ୍ୱ ବଢାଇବାର ଲକ୍ଷ୍ୟ ଥିବାରୁ ଏପରି କରାଯାଇଥିବା ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି

Govt
Leave A Reply