Odisha news

ନକୁଳ ଜେନା ସ୍ମାରକୀ ଫେସବୁକ ପ୍ରତିଯୋଗୀତାର ପୁରସ୍କାର ବିତରଣ

0

ନିରାକାରପୁର : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଲକ୍ଷ୍ମୀବଜାର ଜେନା କପ୍ଲେସ ପରିସରରେ ସୁନାମଧନ୍ୟ କଳାପ୍ରେମୀ ତଥା କ୍ରୀଡ଼ାବୀତ ସ୍ୱର୍ଗତ ନକୁଳ କୁମାର ଜେନାଙ୍କ ପ୍ରଥମ ଶ୍ରାଦେ୍ଧାର୍ଷିକ ଉସôବ ଅବସରରେ ନକୁଳ ଜେନା ସ୍ମାରକୀ ଫେସବୁକ ସଂଙ୍ଗୀତ ପ୍ରତିଯୋଗୀତାର କୃତୀ ବିଜେତାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । କରୋନା ସଂକ୍ରମଣ କାରଣରୁ ନକୁଳ ଜେନା ସ୍ମାରକୀ ସଂସଦ ତରଫରୁ ଫେସବୁକ ମାଧ୍ୟମରେ ଏକ ସଙ୍ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।

ଆଜି ପୁରସ୍କାର ବିତରଣ ଉସôବରେ ତାଙ୍କ ସହଧର୍ମୀଣୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ ଜେନା ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥିଭାବେ ସଙ୍ଗୀତଗୁରୁ ପ୍ରଭାକର ଶ୍ରୀଚନ୍ଦନ ଓ ସମ୍ମାନୀତ ଅତିଥିଭାବେ ଅଧ୍ୟାପକ କୈଳାସ ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ରହି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ମଞ୍ଚକୁ ରମାନାଥ ଦାଶ ପରିଚାଳନା କରିଥିବାବେଳେ ଅଧ୍ୟାପକ ପ୍ରାଣେଶ୍ୱର ଜୟସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଜ୍ୟୋତିଲକ୍ଷ୍ମୀ ହୋତା, ସୁଶୀଲ କୁମାର ସାହୁ ଓ ଇନ୍ଦିରା ପ୍ରିୟଦର୍ଶନୀ ସାଈଶ୍ୱରୀ ଦାଶ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ନଗଦ ଅର୍ଥ ପୁରସ୍କାରଭାବେ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭୁତି ଭୂଷଣ ଆଚାର୍ଯ୍ୟ, ସତ୍ୟବାଦୀ ବଳବନ୍ତରାୟ,ନୀଳାନ୍ଦ୍ରୀନାଥ ତ୍ରିପାଠୀ,ଶମ୍ଭୁ କୁମାର ସାହୁ,ମାନିନୀ ସାହୁ, ଶଙ୍କର୍ଷଣ ପ୍ରଧାନ,ଲଛମନ ନାୟକ ଓ ହିମାଂଶୁ ଭୂଷଣ ଚମ୍ପତିରାୟ ପ୍ରମୁଖ ସହଯୋଗ କରିଥିଲେ

Govt
Leave A Reply