ବାରିପଦା : ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏବଂ ୨୦୧୯ ଅଗଷ୍ଟ ମାସ ୩ତାରିଖରେ ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଦୁଇଥର ବିଭାଗୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ହୋମିଓପାଥିକ୍ ଆୟୁଷ ନିଦେ୍ର୍ଦଶକ ପତ୍ରସଂଖ୍ୟା ୨୮୮/ଡିଏ/୦୯/୦୧/୨୦୧୯ ଏବଂ ପତ୍ରସଂଖ୍ୟା ୭୩୧୯/୦୭/୦୮/୨୦୧୯ରେ ହୋମିଓପାଥିକ୍ ଏବଂ ଆୟୁର୍ବେଦ ଡାକ୍ତରମାନଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀର ମାନ୍ୟତା ପାଇଁ ଏବଂ ଅବସର ବୟସ ସୀମାକୁ ୬୨ ବର୍ଷକୁ ବୃଦ୍ଧି କରିବାପାଇଁ ସରକାରଙ୍କୁ ତାଙ୍କର ମତାମତ ଦେଇସାରିଛନ୍ତି । କିନ୍ତୁ ପରିତାପର ବିଷୟ ଯେ, ସରକାରଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି ।
ରାଜ୍ୟସରକାରଙ୍କ ନିକଟରେ ଏମବିବିଏସ ଡାକ୍ତରଙ୍କ ଅବସର ବୟସ ସୀମାକୁ ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରିଛନ୍ତି । ଏହାବ୍ୟତୀତ୍ ତାଙ୍କ ପାଇଁ ଡାଇରେକ୍ଟର ଏସିଓର୍ଡ କାରିଅର ପ୍ରୋଗ୍ରେସନକୁ ଲାଗୁ କରିଛନ୍ତି । ବର୍ତ୍ତମାନ କୋଭିଡ୍-୧୯ ପାନ୍ଡେମିକ୍ ସମୟରେ ରାଜ୍ୟସରକାର ହୋମିଓପାଥିକ୍ ଏବଂ ଆୟୁର୍ବେଦିକ୍ ଡାକ୍ତରମାନଙ୍କୁ କୋଭିଡ୍ କେୟାର କେନ୍ଦ୍ର ଓ କୋଭିଡ୍ ଚିକିସôାଳୟଗୁଡିକରେ ନିଯୁକ୍ତ କରିଛନ୍ତି । କେନ୍ଦ୍ରସରକାରଙ୍କ କୋଭିଡ୍-୧୯ଚିକିତ୍ସା ନିୟମ ଅନୁସାରେ କୋଭିଡ୍ କେୟାର କେନ୍ଦ୍ରଗୁଡିକ ହୋମିଓପାଥିକ୍ ଏବଂ ଆୟୁର୍ବେଦିକ୍ ଡାକ୍ତରମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ହୋମିଓପାଥିକ୍ ଓ ଆୟୁର୍ବେଦିକ୍ ଡାକ୍ତରମାନେ କୋଭିଡ୍-୧୯ ସଂକ୍ରମଣକୁ ଭୟ ନକରି ନିଷ୍ପାପର ଭାବେ କାର୍ଯ୍ୟ କରିଆସୁଛନ୍ତି ଏବଂ ଗଞ୍ଜାମ ଜିଲ୍ଲାରୁ ଶହେ ହୋମିଓପାଥିକ୍ ଓ ଆୟୁର୍ବେଦିକ୍ ଡାକ୍ତରଙ୍କୁ କୋଭିଡ୍-୧୯ର ସଫଳ ମୁକାବିଲା ପାଇଁ ପଠାଯାଇଛି ଏବଂ ସେମାନେ ନିଷ୍ଠାର ସହ କାମ ମଧ୍ୟ କରୁଛନ୍ତି ।
ମାତ୍ର ରାଜ୍ୟସରକାର ଏହି ଡାକ୍ତରମାନଙ୍କ ନ୍ୟାର୍ଯ୍ୟଦାବି ପ୍ରତି ସମ୍ବେଦନଶୀଳ ନ ହୋଇ ତେଲିଆ ମୁଣ୍ଡରେ ତେଲ ଦେବା ଭଳି କାର୍ଯ୍ୟ କରିଚାଲିଛନ୍ତି ବୋଲି ସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ପରିସ୍ଥିତିରେ ରାଜ୍ୟ ହୋମିଓପାଥି ସରକାରୀ ସେବାସଂଘର ସଭାପତି ଡାଃ ଗୋପାଳ ଚନ୍ଦ୍ର ବେହେରା ସଂଘର ଦୁଇମୁଖ୍ୟ ଦାବି ଉପରେ ପତ୍ରସଂଖ୍ୟା-୪୭/୨୭/୦୭/୨୦୨୦ ରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହୋମିଓପାଥି ଡାକ୍ତରମାନଙ୍କ ମୂଳ ପଦବୀକୁ ବର୍ଦ୍ଧିତ କରାଯାଇ କନିଷ୍ଠ ପ୍ରଥମଶ୍ରେଣୀ କରାଯିବା ଓ ଅବସରରେ ବୟସ ସୀମା ୬୦ ରୁ ୬୫ ବର୍ଷକୁ ବୃଦ୍ଧି କରିବା ନେଇ ସଂଘର ଏହି ଦୁଇ ମୁଖ୍ୟ ଦାବିପତ୍ରି ସମ୍ବେଦନଶୀଳ ହୋଇ ହୋମିଓପାଥି ଡାକ୍ତରମାନଙ୍କ ମନୋବଳ ଦୃଢ କରିବାକୁ ଡାଃ ବେହେରାଙ୍କ ସହ ଉପସଭାପତି ତପନ କୁମାର ବେହେରା, ସାଧାରଣ ସମ୍ପାଦକ ସଚିଦାନନ୍ଦ ସାହୁ, ତ୍ରିଲୋକ ନନ୍ଦ ଦାସ, ବିଦ୍ୟା ଭୂଷଣ ବାରିକ, ଶାରଦା ପ୍ରସନ୍ନ ସାମନ୍ତରାୟ, ସତ୍ୟେନ୍ଦୁ ମଲ୍ଲିକ, ଲିନାଶ୍ରୀ ଗଉଡ, ଭକ୍ତିକାନ୍ତ ମହାରଣା, ଜ୍ଞାନରଞ୍ଜନ ଦାସ, ସୌରଭ ଲେଙ୍କା, ସସ୍ମିତା ବେହେରା, ସହନଲାଲ ଅଗ୍ରୱାଲ ଓ ସୁଶାନ୍ତ କୁମାର ମହାନ୍ତି ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
