Odisha news

କୋରାପୁଟ ଜିଲ୍ଲାରେ ଆଜି ୮୧ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ସଂଖ୍ୟା ୭୬୮ ରେ ପହଂଚିଲାଣି, ପ୍ରଶାସନ ତରଫରୁ ଦୁଇ ଦିନ ସଟ ଡାଉନ

0
ବୋରିଗୁମ୍ମା (କେ.ସାକିଲି ଦୋରା।) କୋରାପୁଟ ଜିଲ୍ଲାରେ ଦିନ କୁ ଦିନ କରୋନା ତାର ଭୟାବହତା ଦେଖାଉଛି। କୌଣସି ପରିସ୍ଥିତିରେ ରେ ମଧ୍ୟ ଗୋଷ୍ଠୀ ସଂକ୍ରମଣ କୁ ରୋକି ହେଉ ନାହିଁ। ଆଜି ଶୁକ୍ରବାର ଦିନ କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ରେକର୍ଡ ବ୍ରେକ ହୋଇଛି। ଆଜି କେବଳ ୮୧ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା ୭୬୮ ରେ ପହଞ୍ଚିଥିବା ବେଳେ ୨୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜୟପୁର ଓ କୋରାପୁଟ ପୌରପାଳିକା ରେ ମାଡି ମାଡି ଚାଲୁଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା। କୋରାପୁଟ ଜିଲ୍ଲାରେ ପରିସ୍ଥିତି ଅସମ୍ଭାଳ। ଏଣୁ ଜିଲ୍ଲା ପ୍ରଶାସନ ଦୁଇ ଦିନ ଶୁକ୍ରବାର ଓ ଶନିବାର ଜିଲ୍ଲାକୁ ସଟ ଡାଉନ ଘୋଷଣା କରିଛନ୍ତି।
ବୋରିଗୁମ୍ମା ସହରରେ ଆଜି ତିନି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସହର ମଧ୍ୟ ଭାଗରେ ଥିବା ପାଇଲୁ ସାହି ,ମିଲ ସାହି ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଜଣେ ସ୍ୱାସ୍ଥ୍ୟ କର୍ମୀ ଚିହ୍ନଟ ହୋଇଛନ୍ତି। ସହରବାସୀ ଭୟରେ ଦିନ କଟାଉଥିବା ଜଣାଯାଇଛି। ସମସ୍ତ କରୋନା ଆକ୍ରାନ୍ତ ଅଞ୍ଚଳ କୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରିବା ସହ ବ୍ୟାରୀକେଟ କରାଯାଇଛି। ସଟ ଡାଉନ ସକାଶେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। କେବଳ ଔଷଧ ଓ କ୍ଷୀର ଦୋକାନ ଖୋଲା ରହିଥିବା ଦେଖା ଦେଇଛି। ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଙ୍କ ପ୍ରତକ୍ଷ ତତ୍ୱବାଧାନରେ ପେଟ୍ରୋଲିଂ ଘନ ଘନ କରାଯାଇ ଲୋକ ମାନଙ୍କୁ ସଚେତନ କରାଯାଉଛି। ଅମାନିଆ ମାନଙ୍କୁ ସାବଡ଼ କରିବା ପାଇଁ ପୋଲିସ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉଛି।
Leave A Reply