Odisha news

୧୨କ୍ବିଣ୍ଟାଲ ୩୫ କେଜି ଗଞ୍ଜେଇ ସହ ଦୁଇ ଗିରଫ

0

ଆର,ଉଦୟଗିରି :  ସାରା ରାଜ୍ୟରେ କରୋନା ମହାମାରୀ କାୟା ବିସ୍ତାର କରୁଥିବା ବେଳେ ଗଜପତି ଜିଲ୍ଲାର ମୋହନା ,ଅଡବା ଓ ଆର,ଉଦୟଗିରି ଥାନା ଅଞ୍ଚଳରୁ ଦିନ ଦିନ ଗଞ୍ଜେଇ ମାଫିଆଙ୍କ ପାଦୁର୍ଭାବ ବଢି ଚାଲିଛି ।

ଗଜପତି ଏସପିଙ୍କ ତପନ କୁମାର ପଟନାୟକ ନିର୍ଦେଶ କ୍ରମେ ଆର,ଉଦୟଗିରି ଏସଡିିପିଓ  ଅଶୋକ କୁମାର ମହାନ୍ତି ଓ ମୋହନା ଆଇଆଇସି ଙ୍କର ପ୍ରତ୍ୟକ୍ଷ ତତାବଧାନରେ  ବୁଧବାର ଦିନ ୧୧.୩୦ ସମୟରେ ମୋହନା ଥାନାର ଏଏସଆଇ ଓ ଷ୍ଟାପଧରି ପୁଲିସ ଗାଡିରେ ରାଣିଖମା ଓ ବାଲିପଙ୍କା ଗାଁ ମଧ୍ୟରେ ଜଙ୍ଗଲ ରାସ୍ତାରେ  ପେଟ୍ରୋଲିଂ କଲା  ସମୟରେ ଏକ ବୋଲେରୋ ପିକଅପକୁ ସନ୍ଦେହ କରି ଅଟକାଇ  ତଲାସି ନେବାରୁ ୩୮ ବସ୍ତା ପ୍ଲାଷ୍ଟିକ ଜରି ବ୍ୟାଗରେ ଗଞ୍ଜେଇ ଥିବାର ଦେଖିଥିଲେ ।

କଟକ ଜିଲ୍ଲା ମାହାଙ୍ଗା ଏରିଆର ପ୍ରମଦ କୁମାର ଜେନା (30) ଯାଜପୁର ଜିଲ୍ଲା ବିଲିଚନ୍ଦ୍ରପୁର  ଏରିଆର ପୁଣ୍ଣଚନ୍ଦ୍ର ବଳ  (38) ଦୁଇଜଣ ଉକ୍ତ ଭାଙ୍ଗ ବସ୍ତା ଗୁଡିକ ସବୁ ଆଦିବାସୀ ଗାଁ ଗୁଡିକରୁ ସବୁ ସଂଗ୍ରହ କରି ପୁରି ଜିଲ୍ଲାକୁ ଚାଳନ କରୁଥିଲେ ।

ଉକ୍ତ ଭାଙ୍ଗ ବସ୍ତା ସବୁକୁ ଓଜନ କରିବାରେ ସମୁଦାୟ ଓଜନ ୧୨୩୫ କିଲୋଗ୍ରାମ (12 କ୍ବିଣ୍ଟଲ ୩୫ କେଜି) ହେଲା ଯାହାର ବଜାର ଅନୁମାନିକ ମୂଲ୍ୟ ୫ ଲକ୍ଷ ହେବ ଓ ତା ସହିତ ଉକ୍ତ ବୋଲେରୋ ପିକ ଅପ ଯାହାର ନମ୍ବର OD 04 N 3579 କୁ ଜବତ କରା ଯାଇଛି। ଗୁରୁବାର ଉକ୍ତ ଦୁଇ ଜଣକୁ  କୋର୍ଟ ଚାଲଣ କରାଯାଇଛି ।  ଏ ବାବଦରେ ମୋହନା ଥାନାରେ କେସ୍ ନଂ ୧୧୯\୨୦ ରେ ମାମଲା ରୁଜୁ କରାଯାଇଛି ବୋଲି ମୋ ଆଇଆଇସି ସୁଜିତ କୁମାର ନାୟକ  ସୁଚନା ଦେଇଛନ୍ତି ।

Leave A Reply