ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକା କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିଲେ l ଚିକିତ୍ସା ନିମନ୍ତେ ତାଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା l ଦୀର୍ଘ ୧0 ଦିନ ଧରି ସେ ଚିକିତ୍ସିତ ହୋଇ ସେ ସୁସ୍ଥ ହୋଇଛନ୍ତି l
ଗତକାଲି ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି l ୭ ଦିନ ସେ ହୋମ କ୍ଵାରେଣ୍ଟାଇନରେ ରହିବା ନିମନ୍ତେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି l ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଅନୁଯାଇ ସେ ହୋମ କ୍ଵାରେଣ୍ଟାଇନରେ ରହିବେ ବୋଲି ପ୍ରକାଶ କରିଛନ୍ତିl
ଏହି ବ୍ଲକରେ କାର୍ଯ୍ୟରତ ଜନୈକା କନିଷ୍ଠ ଯନ୍ତ୍ରୀ ଗତ ୧୬ ତାରିଖ ଦିନ ସାକ୍ଷୀଗୋପାଳ ଡାକ୍ତରଖାନାରେ ତାଙ୍କର କରୋନା ପରୀକ୍ଷା କରିଥିଲେ. ୧୮ ତାରିଖ ରାତିରେ ତାଙ୍କର ପଜିଟିଭ ରିପୋର୍ଟ ଆସିଥିଲା l ୧୯ ତାରିଖ ଦିନ ଚିକିତ୍ସା ନିମନ୍ତେ ତାଙ୍କୁ ପୁରୀ ସ୍ଥିତ କୋଭିଡ ହସପିଟାଲ ରେ ଭର୍ତ୍ତି କରାଯାଇଥିଲା l ସେ ସୁସ୍ଥ ହେବା ପରେ ଗତ ୨୯ ତାରିଖ ଦିନ ତାଙ୍କୁ ଡାକ୍ତରଖାନାରୁ ଡ଼ିସଚାର୍ଯ୍ୟ କରାଯାଇଛି l