Odisha news

ଏମିତି ଏକ ମନ୍ଦିର ଯେଉଁଠିକ ଲୋକମାନେ ଯିବାପାଇଁ ଭୟ କରିଥାନ୍ତି

0

ମନ୍ଦିର ଗୋଟିଏ ଏପରି ସ୍ଥାନ,ଯେଉଁଠାକୁ ଗଲେ ମଣିଷ ମନରେ ସକାରାତ୍ମକ ଶକ୍ତିର ପ୍ରଭାବ ଦେଖା ଦେଇଥାଏ l ମନକୁ ଶାନ୍ତି ମିଳିବ ସହିତ ସମସ୍ତ ଦୁଃଖ ଯନ୍ତ୍ରଣା ଓ ଅସୁବିଧା ଦୂର ହୋଇଯାଇଥାଏ l ଖାସକରି ମନ୍ଦିରର ସନ୍ଧ୍ୟା ଆଳତି ଓ ମନ୍ତ୍ର ଉଚ୍ଚାରଣ ମନରେ ଏକ ଅଲୌକିକ ଶକ୍ତି ଜାଗ୍ରତ କରେ l ନିକଟର ବାତାବରଣ ମଧ୍ୟ ଏଥିରେ ଶୁଦ୍ଧ ହୋଇଯାଏ l କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବୁ ଯେଉଁଠାକୁ ଯିବାପାଇଁ ଲୋକମାନେ ଡରିଥାନ୍ତି,ଖସକରି ସାନ୍ଧ୍ୟ ସମୟରେ ଏହି ମନ୍ଦିରର ଆଖପାଖ ଜନଶୂନ୍ୟ ହୋଇଯାଅ l

ଆମେ ଆଜି ଆପଣଙ୍କୁ କୀରାଡ଼ୁର ପ୍ରାଚୀନ ମନ୍ଦିର ସମୂହ ବିଷୟରେ କହିବାକୁ ଯାଉଛୁ l ରାଜସ୍ଥାନର ବlଡମେର ପାଖରୁ ୩0 କିଲୋମିଟର ଦୂରରେ କୀରାଡ଼ୁ ନାମକ ଗୋଟିଏ ଛୋଟ ଗାଁ ରହିଛି l ଏହି ଗାଁରେ ଥିବା ମନ୍ଦିର ଗୁଡିକର ନାମ ଗାଁର ନାମରେ ନାମିତ ହୋଇଛି ,ତାହାକୁ କୀରାଡ଼ୁ ମନ୍ଦିର ବୋଲି କୁହାଯାଏ l ଲୋକକଥା ଅନୁସାରେ ଏହି ମନ୍ଦିର ଗୁଡିକ ଅଭିଶାପ ଗ୍ରସ୍ତ ବୋଲି ଜଣାପଡିଛି l ଏଠିକାର ସ୍ଥାନୀୟ ଅଧିବାସୀ ମାନେ ଏହି ମନ୍ଦିର ଗୁଡିକୁ ଅଶୁଭ ସୂଚକ ଭାବରେ ଗ୍ରହଣ କରିଥାନ୍ତି l

ସନ୍ଧ୍ୟା ହେଲାପରେ ଏଠାକୁ କୌଣସି ଲୋକମାନେ ଯାନ୍ତିନାହିଁ ,କାରଣ ସେମାନଙ୍କର ଧାରଣା ରହିଛି ଯେ ଏଠାରେ ଯିଏବି ସନ୍ଧ୍ୟା ପରେ ରହିବ ପଥର ହୋଇଯିବ l ଏହି ମନ୍ଦିର ବାହାରେ ଆଜି ଯେତେଗୁଡ଼ିଏ ପଥର ଦେଖିବାକୁ ମିଳୁଛି ଏଗୁଡିକ ପୂର୍ବରୁ ମଣିଷ ଥିଲେ l ନିର୍ଜନତା କାରଣରୁ ଓ ଠିକ ଭାବରେ ଦେଖାଶୁଣା ନହୋଇ ପାରିବାରୁ ଏହି ମନ୍ଦିର ଗୁଡିକ ବର୍ତ୍ତମାନ ଭଗ୍ନ ଅବସ୍ଥାରେ ପଡ଼ିରହିଛି l ଏହି ଗାଁରେ ସମୁଦାୟ ପାଞ୍ଚଟି ମନ୍ଦିର ରହିଛି ,ଯେଉଁଥିରେ ବିଷ୍ଣୁଙ୍କ ମନ୍ଦିର ଓ ସୋମେଶ୍ୱରଙ୍କ ମନ୍ଦିର ଠିକ ଅବସ୍ଥାରେ ଅଛି l

ଏଠାରେ ନକାରାତ୍ମକ ଶକ୍ତି ମାନଙ୍କର ରହିଥିବା କାରଣକୁ ସଠିକ ଦର୍ଶାଇବା ପାଇଁ ପରା ନର୍ମାଲ ସୋସାଇଟି ଅଫ ଇଣ୍ଡିଆର ମେମ୍ବର ଚନ୍ଦ୍ରପ୍ରକାଶ ମନ୍ଦିରର ଗ୍ୟାଲେରୀରେ ଇଲେକ୍ଟ୍ରୋ ମ୍ୟାଗନେଟିକ ମେସିନ ରଖିଥିଲେ ,ଯାହା ଦ୍ୱାରା ଏଠାରେ ଥିବା ନେଗେଟିଭି ଏନର୍ଜି ବିଷୟରେ ଜଣା ପଡିବ l ଆଚାର୍ଯ୍ୟର କଥା ଏହାକି ଏଠାରେ ଲଗାଯାଇଥିବା ମେସିନ ସାହାଯ୍ୟରେ ନକରତ୍ମକ ଶକ୍ତିମାନେ ରହିଥିବାର ପ୍ରମାଣ ମିଳିଥିଲା l

Nalco
Leave A Reply