Odisha news

ଭଞ୍ଜନଗରରେ ସରକାରୀ ବିଦ୍ୟାଳୟକୁ ପଛରେ ପକାଇଲେ ଘରୋଇ ବିଦ୍ୟାଳୟ

0

ଭଞ୍ଜନଗର : ଭଞ୍ଜନଗରରେ ସରକାରୀ ବିଦ୍ୟାଳୟକୁ ପୁଣିଥରେ ପଛରେ ପକାଇଲେ ଘରୋଇ ବିଦ୍ୟାଳୟ । ମାଟି୍ରକ୍ ପରୀକ୍ଷାର ଫଳାଫଳରୁ ଏହା ସ୍ପଷ୍ଟ ସୂଚନା ମିଳିଛି । ଏ-୧ରେ ପାସ ହୋଇଥିବା ସମସ୍ତ ୫ଜଣ ଘରୋଇ ବିଦ୍ୟାଳୟରୁ ଆସିଥିବାବେଳେ ଏକ୍ଷେତ୍ରରେ ସରକାରୀ ବିଦ୍ୟାଳୟର ସଫଳତା ଶୂନ ରହିଛି । ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ୪ଜଣ ଛାତ୍ରଛାତ୍ରୀ ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ସତ୍ୟସାଇ ବିଦ୍ୟାବିହାରର ଜଣେ ଛାତ୍ର ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ କୌଣସି ସରକାରୀ ବିଦ୍ୟାଳୟରୁ ଜଣେବି ଛାତ୍ର ଛାତ୍ରୀ ଏ-୧ରେ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି । ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ଏ-୧ରେ କୃତୀତ୍ୱର ସହ ପାସ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିବରାମ ପ୍ରଧାନ- ୫୪୪ ନମ୍ବରସହ ୯୩.୬୭% ଓ କିରଣ କୁମାର ଦାଶ- ୫୪୦ ନମ୍ବରସହ ୯୦%, ସ୍ମୃତିପ୍ରଜ୍ଞା ନାୟକ -୫୫୨ ମାର୍କ ସହ ୯୨% ଓ ଅଭିପସା ମିଶ୍ର ୫୬୨ ନମ୍ବର ସହ ମୋଟ ୯୩.୬୭ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟପର ହୋଇଛନ୍ତି । ସେହିପରି ସତ୍ୟସାଈ ବିଦ୍ୟାବିହାରର ଜଣେ ଛାତ୍ର ଆଦିତ୍ୟ ନାରାୟଣ  ସ୍ୱାଇଁ ଏ-୧ରେ ପାସ ହେବାର ଗୌରବ ଅର୍ଜନ କରିଛନ୍ତି ।

ସତ୍ୟସାଈ ବିଦ୍ୟାବିହାର ଭଞ୍ଜନଗରରେ ଚଳିତବର୍ଷ ୭୫ଜଣ ଛାତ୍ରଛାତ୍ରୀ ମାଟି୍ରକ ପରୀକ୍ଷା ଦେଇଥିବାବେଳେ ଏମାନଙ୍କ ମଧ୍ୟରୁ ୭୪ଜଣ ପାସ ହୋଇଥିବା ବିଦ୍ୟାଳୟ ପକ୍ଷରୁ ସୂଚନା  ଦିଆଯାଇଛି । ଏଥିରୁ ଏ-୧ ରେ ଜଣେ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବାବେଳେ ଏ-୨ରେ ୬ଜଣ, ବି-୧ରେ ୧୬ଜଣ, ବି-୨ରେ ୧୯ଜଣ, ସି ଗ୍ରେଡରେ ୧୨ଜଣ, ଡି-ରେ ୧୫ଜଣ ଓ ଇ ଗ୍ରେଡରେ ୫ଜଣ ପାସ ହୋଇଥିବା ବିଦ୍ୟାଳୟ ପକ୍ଷରୁ ପ୍ରଧାନଶିକ୍ଷକ ଗୋକୁଳାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି । ସ୍ଥାନୀୟ ୟୁବି ହାଇସ୍କୁଲରେ ଚଳିତବର୍ଷର ପାସ ହାର ୮୩ ପ୍ରତିଶତ ରହିଛି । ଏଠାରେ ଏ-୧ରେ ଜଣେବି ପାସ କରିନଥିବାବେଳେ ଏ-୨ଜଣେ ଛାତ୍ର ପାସ କରିଛନ୍ତି । ବି-୧ରେ ୪ଜଣ, ବି-୨ରେ ୮ଜଣ, ସି ଗ୍ରେଡରେ ୧୯ଜଣ, ଡି ଗ୍ରେଡରେ ୩୬ଜଣ, ଇ ଗ୍ରେଡରେ ୫୯ ଛାତ୍ରଛାତ୍ରୀ ପାସ କରିଥିବାବେଳେ ମୋଟ ୨୬ଜଣ ଛାତ୍ରଛାତ୍ରୀ ଫେଲ କରିଛନ୍ତି ।  ସେହିପରି ସ୍ଥାନୀୟ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟରେ ଚଳିତବର୍ଷ ଶତପ୍ରତିଶତ ପାସ ହାର ରହିଛି । ଏହି ବିଦ୍ୟାଳୟରରୁ ଏ-୨ରେ ୬ଜଣ ଛାତ୍ରଛାତ୍ରୀ ପାସ ହୋଇଥିବାବେଳେ ବି-୧ରେ ୭ଜଣ, ବି-୨ରେ ୧୧ଜଣ, ସି ଗ୍ରେଡରେ ୧୭ଜଣ, ଡି ଗ୍ରେଡରେ ୧୩ଜଣ ଓ ଇ ଗ୍ରେଡରେ ୩ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି ।

ବିଦ୍ୟାଳୟର ଏହି ଶତପ୍ରତିଶତ ସଫଳତା ସହ ଛାତ୍ରଛାତ୍ରୀମାନେ କୃତୀତ୍ୱ ଅର୍ଜନ କରିଥିବାରୁ ବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ଅଜିତ କୁମାର ଶତପଥୀ, ସଭାପତି ଶୁଳପାଣି ଶତପଥୀ, ନିଦେ୍ର୍ଦଶକ ଶାନ୍ତୁନୁ କୁମାର ତ୍ରିପାଠୀ, ପ୍ରଧାନଶିକ୍ଷକ ମନୋରଞ୍ଜନ ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବାସହ ସେମାନଙ୍କ ଆଗାମୀ ଭବିଷ୍ୟତର ଉଜ୍ଜଳ କାମନା କରିଛନ୍ତି । ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଚଳିତବର୍ଷର ମାଟି୍ରକ ଫଳ ୭୧ ପ୍ରତିଶତ ପାସ ହାର ରହିଛି । ଏଥର ଏହି ବିଦ୍ୟଳୟରୁ ମୋଟ ୧୭୪ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଏଥିରୁ ୧୨୪ଜଣ କୃତକାର୍ଯ୍ୟ ହୋଇଛନ୍ତି । ଶିଶୁମନ୍ଦିରର ୧୫୭ଜଣରୁ ୧୫୬ ଜଣ ପରୀକ୍ଷା ଦେଇଥିଲେ । ଏଥିରୁ ଏ-୨ରେ ୧୫ଜଣ ପାସ ହୋଇଥିବାବେଳେ ଫଳାଫଳ ଶତ ପ୍ରତିଶତ ରହିଛି । ଭଞ୍ଜନଗର ଶିଶୁବିଦ୍ୟା ମନ୍ଦିରରେ ଚଳିତବର୍ଷ  ବି-୧ ରେ ୩୬ଜଣ ପାସ ହୋଇଥିବାବେଳେ ବି-୨ରେ ୪୫ଜଣ, ସି-ଗ୍ରେଡରେ ୨୨ଜଣ, ଡି-ଗ୍ରେଡରେ ୨୬ଜଣ, ଇ- ଗ୍ରେଡରେ ୮ଜଣ ପାସ ହୋଇଥିବାବେଳେ ଜଣେ ଛାତ୍ର ପରୀକ୍ଷା  ସମ୍ପୂର୍ଣ୍ଣ ଦେଇପାରିନଥିବାରୁ ଫେଲ ହୋଇଥିବା ପ୍ରଧାନାଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

Leave A Reply