କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅଧିନ ରାଜଗଡ ପଂଚାୟତର ୧୦ଟି ଗ୍ରାମକୁ ଆଲୋକୀ କରଣ କରିବା ପାଇଁ ପଂଚାୟତ ବିକାଶ ମଂଚ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଦାବି କରାଯାଇଛି ।
ବିକାଶ ମଂଚର ସଭାପତି ରାଜେଶ ମୁଦୁଲି ଓ ସଂପାଦକ ଅନନ୍ତ ଚରଣ ସାମଲ, ମହେନ୍ଦ୍ର କୁମାର ରାଉତ, ପ୍ରସନ୍ନ କୁମାର ସ୍ୱାଇଁ, ସତ୍ୟବ୍ରତ ସ୍ୱାଇଁ ମାନସ ରଞ୍ଜନ ଦାସ ଏନେଇ ଏକ ଦାବିପତ୍ର ଜିଲ୍ଲାପାଳ ସମର୍ଥ ବାର୍ମଙ୍କୁ ପ୍ରଦାନ କରିଛନ୍ତି ।
ଦାବି ମୁତାବକ ଗ୍ରାମୀୟ ଆଲୋକୀ କରଣ ଯୋଜନା ମାଧ୍ୟମରେ ବିଭିନ୍ନ ପଂଚାୟତକୁ ଆଲୋକୀ କରଣ କରା ଯାଉଥିବା ବେଳେ ଏହି ପଂଚାୟତର ୧୦ଟି ଗାଁ ଆଲୋକୀ କରଣରୁ ବାଦ୍ ପଡିଛି । ଏନେଇ ବିଭାଗୀୟ ଅଧରକାରୀ ମାନଙ୍କୁ ଅବଗତ କଲେ ମଧ୍ୟ ସେମାନେ କୈାଣସି ସନ୍ତୋଷ ଜନକ ଉତର ଦେଇ ପାରୁ ନାହାଁନ୍ତି । ଏହି ୧୦ଟି ଗ୍ରାମରେ ଆଲୋକୀ କରଣ କାର୍ଯ୍ୟ କରିବା ପାଇଁ ବିକାଶ ମଂଚ ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟିି ଆକର୍ଷଣ କରା ଯାଇଛି ।