Odisha news

ଆରମ୍ଭ ହେବ ସାରାଙ୍କ ‘ଅତରଙ୍ଗୀ ରେ’ ସୁଟିଂ

0

ସାରା ଅଲୀ ଖାନ୍‌, ଅକ୍ଷୟ କୁମାର ଓ ଧନୁଷ ଅକେଫାବରରେ ଅପକମିଙ୍ଗ୍‌ ଫିଲ୍ମ ‘ଅତରଙ୍ଗୀ ରେ’ ସୁଟିଂ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଆନନ୍ଦ ଏଲ. ରାୟଙ୍କ ନିର୍ଦ୍ଦେଶିତ ଫିଲ୍ମର ସୁଟିଂ ମଧୁରାଇ, ଦିଲ୍ଲୀ ଓ ମୁମ୍ବାଇରେ ହେବ । ସେ କହିଛନ୍ତି, ‘ଲକ୍‌ଡାଉନ୍‌ ସମୟରେ ମୁଁ ଫିଲ୍ମର ଆଗାମୀ ସିଡୁ୍ୟଲ୍‌ ପ୍ରସ୍ତୁତ ପାଇଁ ବହୁତ ସମୟ ବାହାର କରିଛି । ମୁଁ ଏହି ସିଡୁ୍ୟଲ୍‌ ଆରମ୍ଭ କରିବା ପାଇଁ ଉତ୍ସାହିତ ଅଛି ଯାହା ଅକେଫାବରରେ ମଧୁରାଇରୁ ଆରମ୍ଭ ହେବ । ଏହାପରେ ଅକ୍ଷୟଙ୍କ ସହ ଦିଲ୍ଲୀ ଓ ମୁମ୍ବାଇରେ ଏକ ମାସର ସିଡୁ୍ୟଲ୍‌ । ଆମେ ସେଟ୍‌ରେ ସମସ୍ତ ସୁରକ୍ଷା ପ୍ରତି ଧ୍ୟାନ ଦେବୁ ।’ ୨୦୨୧ରେ ଫିଲ୍ମ ରିଲିଜ୍‌ ହେବାର ଆଶା କରାଯାଉଛି । ସାରା ଇନ୍‌ଷ୍ଟା ଗ୍ରାମରେ ଅକ୍ଷୟ ଓ ଧନୁଷ୍‌ଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି, ‘ମୋତେ ମୋ ଭାଗ୍ୟ ଉପରେ ଭରଷା ହେଉନି । ମୋ ଆଗାମୀ ଫିଲ୍ମ ‘ଅତରଙ୍ଗୀ ରେ’… । ଆନନ୍ଦ ସାର୍‌ଙ୍କ ସହ କାମ କରିବାକୁ ନେଇ ଧନ୍ୟ ମନେ କରୁଛି । ଅକ୍ଷୟ କୁମାର ସାର୍‌ ଓ ପ୍ରତିଭାଶାଳୀ ବିନମ୍ର ଧନୁଷଙ୍କ ସହ କମା କରିବାର ସୁଯୋଗ ପାଇଛି ।’

Leave A Reply