ପଶ୍ଚିମ ବଙ୍ଗ : ପଶ୍ଚିମ ବଙ୍ଗର ହାୱଡା ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ବାହାଘର ଶେଷ ପରେ ବର-କନ୍ୟା ଘର କିମ୍ବା ମନ୍ଦିରକୁ ନ ଯାଇ ସିଧା ପହଞ୍ଚିଛନ୍ତି ବାଗନାନ୍ ପୋଲିସ୍ ଷ୍ଟେସନ୍ରେ । ପୋଲିସ୍ କର୍ମଚାରୀ ମଧ୍ୟ ନବଦମ୍ପତିଙ୍କୁ ଦେଖି ଆଶ୍ଚର୍ଯ୍ୟ । ଅନୀଷ ଓ ସଙ୍ଗୀତା ପୋଲିସ୍ଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଥିଲେ । କରୋନା କାଳରେ ଯେଉଁଭଳି ଭାବେ ପୋଲିସ୍ମାନେ ନିଜ ଜୀବନକୁ ଖାତିର୍ ନ କରି ଅନ୍ୟକୁ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଏଭଳି କିଛି କରିଥିବା ଦୁହେଁ କହିଛନ୍ତି । ପୂରା ଦୁନିଆ ପୋଲିସ୍ ବିଭାଗ ଉପରେ ଗର୍ବ କରୁଛି । ସୁଖୀ ଦାମ୍ପତ୍ୟ ଜୀବନ ଆରମ୍ଭ କରିବା ପୂର୍ବରୁ ଦୁହେଁ ପୋଲିସ୍ କରୋନା ଯୋଦ୍ଧାଙ୍କ ଆଶୀର୍ବାଦ ନେଇଛନ୍ତି । ପୋଲିସ୍ ମଧ୍ୟ ସେମାନଙ୍କୁ ଉପହାର ସ୍ୱରୂପ ୫୦ଟି ମାସ୍କ ଓ ସାନିଟାଇଜର୍ ଦେଇଛି ।