ଗୋଧରା : ନୋଟ୍ବନ୍ଦୀର ୪ ବର୍ଷ ପରେ ଗୁଜରାଟରେ ପାଞ୍ଚ କୋଟି ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଜବତ କରାଯାଇଛି । ଗୁଜରାଟ ଏଟିଏସ୍ ଓ ମରିନ୍ ଟାସ୍କ ଫୋର୍ସ ଏସବୁକୁ ଜବତ କରିଛି । ଗୋଧରାର ପଶ୍ଚିମବର୍ତ୍ତୀ ମୋହମଦୀ ସୋସାଇଟିର ଏକ ବନ୍ଦ କୋଠରିରୁ ଏତେ ଗୁଡ଼ାଏ ଟଙ୍କା ମିଳିଛି । ନୋଟ୍ ଗଣିବା ପାଇଁ ବ୍ୟାଙ୍କରୁ ମେସିନ୍ ଅଣାଯାଇଥିଲା । ପୋଲିସ୍ ଅଟକ ରଖିଥିବା ଦୁଇଜଣ ଲୋକ କହିଛନ୍ତି ୨୫-୩୦ପର୍ସେଣ୍ଟ କମିଶନରେ ନୂଆ ନୋଟ୍ ପାଇବା ପାଇଁ ଏସବୁ ଅଣାଯାଇଥିଲା ।