Odisha news

ବୁଗୁଡ଼ା ବ୍ଲକର ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

0
ବୁଗୁଡ଼ା :-୨୯/୭ ବୁଗୁଡ଼ା ବ୍ଲକର ଜଣେ କରୋନା ଯୋଦ୍ଧା ଶେଷଦେବ ବେହେରାଙ୍କ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ସମୟରେ ଆଜି ୨୯/୦୭/୨୦ତାରିଖରେ ଦେହାନ୍ତ ହୋଇଯାଇଛି। ସ୍ଵର୍ଗତ ବେହେରା ଗୋଲିଆ ଗ୍ରାମପଞ୍ଚାୟତର ପି.ଇ.ଓ. ଭାବେ କାର୍ଯ୍ୟରତ ଥିଲେ। ପଜେଟିଭ୍ ଚିହ୍ନଟ ପରେ ତାଙ୍କୁ ଗତ ଜୁଲାଇ ୨୧ ତାରିଖରେ ଟାଟା କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା।
ସେଠାରେ ଚିକିତ୍ସାଧିନ ଥିବା ସମୟରେ ଆଜି ବୁଧୁବାର ଦିନ ପରଲୋକ ଗମନ କରିଛନ୍ତି। ସେ ଜଣେ କାର୍ଯ୍ୟଦକ୍ଷ କର୍ମଚାରୀ ଭାବେ ସୁନାମ ଅର୍ଜନ କରିଥିଲେ।
ଶ୍ରୀ ବେହେରାଙ୍କ ବିୟୋଗରେ ବୁଗୁଡ଼ା ବ୍ଲକ୍ ବିଡିଓ ତନ୍ମୟ ପାତ୍ର ଗଭୀର ଶୋକ ପ୍ରକାଶ କରି ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଇବା ସହ ଆତ୍ମାର ସଦ୍ ଗତି କାମନା କରିଛନ୍ତି। ଏଥି ସହ ଗୋଲିଆ ପଞ୍ଚାୟତ ସରପଞ୍ଚ ମନୋରମା ପ୍ରଧାନ ମଧ୍ଯ ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି। ସ୍ଵର୍ଗତ ବେହେରାଙ୍କ ମୃତ୍ୟୁରେ ବୁଗୁଡ଼ା ଅଞ୍ଚଳରେ ମଧ୍ଯ ଶୋକର ଛାୟା ଖେଳିଯାଇଛି।
Leave A Reply