ରାୟଗଡା,୨୯ ।୭(Rabindra Patkhandal)-ରାୟଗଡା ଜିଲ୍ଲାରେ କରୋନା ମହାମାରୀ ପରିଚାଳନା ଫେଲ ମାରିଛି । ଗୋଷ୍ଠୀ ସଂକ୍ରମଣରେ ବ୍ୟାପିବା ଆରମ୍ଭ କରେ ପରିସ୍ଥିତି ଅଣାୟତ ହେବାର ଆଶଙ୍କାକୁ କେହିଁ ଏଡ଼ାଇ ଦେଇପାରିବେ ନାହିଁ । ବର୍ତ୍ତମାନ ଯେଉଁ ଭୋଳି ଭାବରେ କରୋନାରୋଗୀ ସଂଖ୍ୟା ବଢି ଚାଲିଛି ଜିଲ୍ଲାରେ ଗଞ୍ଜାମ ଜିଲ୍ଲା ସ୍ଥିତି ଏଠାରେ ଦେଖାଯିବ ତେଣୁ କୋଭିଡ଼ ପରିଚାଳନା ପାଇଁ ନୋଡ଼ାଲ ଅଧିକାରୀ ନିଯୁକ୍ତି କରିବା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବୀକରିବା ସହିତ କୋଭିଡ଼ ସେଣ୍ଟରେ ପରିଚାଳନା ତ୍ରୁଟିକୁ ନେଇ ଗର୍ଜିଲେ ଦୁଇ ନେତା ।
ଜିଲ୍ଲାରେ ଦ୍ରୁତ ଗତିରେ କରୋନା ରୋଗୀ ସଂଖ୍ୟା ବଢୁଥିବାରେ ଚିନ୍ତା ବ୍ୟକ୍ତ କରିଛନ୍ତି କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା । ପ୍ରଶାସନ ଯଥାଶୀଘ୍ର କରୋନା ମହାମାରୀ ଉପରେ ଯଦି କାବୁ ନ କରନ୍ତି ତା ହେଲେ କରୋନା ହଟସ୍ପଟ ପାଲିଟିଯିବ ରାୟଗଡା ଜିଲ୍ଲା ବୋଲି ସାଂସଦ ଅଭିଯୋଗ କରିଛନ୍ତି ।
ତେଣୁ ଜଣେ ସ୍ୱତନ୍ତ୍ର ନୋଡାଲ ଅଧିକାରୀଙ୍କୁ କୋଭିଡ ୧୯ ମୁକାବିଲା କରିବା ପାଇଁ ରାୟଗଡା ଜିଲ୍ଲାରେ ନିଯୁକ୍ତି ପାଇଁ ଦାବୀ କରିଛନ୍ତି ସାଂସଦ ଶ୍ରୀଉଲ୍ଲାକା । ଏଥି ସହ କେବିକେ ଅଂଚଳରୁ ଯେଉଁ କାର୍ଯ୍ୟରତ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ତାହାକୁ ତୁରନ୍ତ ବାତିଲ କରାଯାଉ । ରାୟଗଡା ଜିଲ୍ଲାରେ ୭୦ ପ୍ରତିଶତ ଡାକ୍ତର ପଦବୀ ଖାଲି ଅଛି, ଯ ଦ୍ୱାରା ଜିଲ୍ଲାବସୀ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି ତେଣୁ ଯଥାଶୀଘ୍ର ଜିଲ୍ଲାରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି କରିବା ପାଇଁ ଦାବୀ କରିଛନ୍ତି । ସ୍ୱାବ ଟେଷ୍ଟିଂ ଜୋରାଦାର କରାଯାଉ । ନିଷିଧାଚଂଳ ଏବଂ ଘରୋଇ ସଙ୍ଗରୋଧ ନିୟମକୁ ଆହୁରି କଡାକଡି କରାଯାଉ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରେ ସାଂସଦ ଦାବୀ କରିଥିଲେ । ସେହିପରି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ମଧ୍ୟ ଜିଲ୍ଲାରେ ଥିବା କୋଭିଡ଼ କେୟାର ସେଣ୍ଟର ଜେକେପୁର ଠାରେ ଅନ୍ତେବାସୀଙ୍କୁ ଖାଦ୍ୟ ଠିକ ସମୟରେ ପ୍ରଦାନ କରାଯାଉନାହିଁ । ଯେଉଁ ଖାଦ୍ୟ ଦିଆଯାଉଛି ତାହା ଅତି ନିମ୍ମମାନର ପ୍ରଦାନ କରାଯାଉଛି ବୋଲି ଅଭିଯୋଗ କରିଥିଲେ ।