Odisha news

ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ଭିତରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ କାବିନେଟ୍‌ ବୈଠକ ଅନୁଷ୍ଠିତ : ଜୁଲାଇ ୩୧ରୁ ହିଁ ବିଧାନସଭା ଅଧିବେଶନ

0

ଜୟପୁର: କଂଗ୍ରେସରେ ବିଦ୍ରୋହକୁ ନେଇ ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ଭିତରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ କାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା । ବିଧାନସଭା ଅଧିବେଶନ ଡକାଯିବା ନେଇ ରାଜ୍ୟପାଳଙ୍କ ଦ୍ବାରା ଉତ୍‌ଥାପନ କରାଯାଇଥିବ ୩ଟି ସର୍ତ୍ତ ଉପରେ ଆଲୋଚନା ହେବାପରେ ଜୁଲାଇ ୩୧ ତାରିଖରୁ ହିଁ ବିଧାନସଭା ଅଧିବେଶନ ଡକାଯିବାକୁ ନିଷ୍ପତ୍ତି ହୋଇଥିଲା। କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ସଂପର୍କରେ ରାଜ୍ୟପାଳଙ୍କୁ ଜଣାଇ ଦିଆଯାଇଛି। ବିଧାନସଭା ଅଧିବେଶନ ପାଇଁ ସରକାର ୨୧ ଦିନିଆ ନୋଟିସ୍ ଜାରି କରିବାକୁ ରାଜ୍ୟପାଳ ଯେଉଁ ସର୍ତ୍ତ ରଖିଥିଲେ ତାହାକୁ କ୍ୟାବିନେଟ୍‌ ଗ୍ରହଣ କରିନାହିଁ।

ମହାମାରୀ ସମୟରେ ଅଧିବେଶନ ପାଇଁ ଏଭଳି ନୋଟିସ୍‌ ଜାରି କରାଯିବା ଜରୁରୀ ବୋଲି ଗତକାଲି ରାଜ୍ୟପାଳ କଲ୍‌ରାଜ ମିଶ୍ର ଦର୍ଶାଇଥିଲେ। ପୂର୍ବରୁ ଅଧିବେଶନ ପାଇଁ ଯେତେବେଳେ ପ୍ରସ୍ତାବ ଦିଆଯାଇଥିଲା ସେତେବେଳେ ରାଜ୍ୟପାଳ ଏଭଳି ନୋଟିସ୍‌ ସଂପର୍କରେ କାହିଁକି କିଛି କହିନଥିଲେ ବୋଲି ପରିବହନ ମନ୍ତ୍ରୀ ପ୍ରତାପ ସିଂହ ପ୍ରଶ୍ନ କରିଛନ୍ତି। ଏବେ ଅଧିବେଶନ ତାରିଖ ନେଇ ପୁଣି ସରକାର ଏବଂ ରାଜ୍ୟପାଳ ମୁହାଁମୁହିଁ ସ୍ଥିତିକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହୋଇଛନ୍ତି।

 

Leave A Reply