Odisha news

ସୋରରୁ ବାଇକ୍ ଚୋରି ଅଭିଯୋଗ

0

ସୋର :-ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଷ୍ଟେସନ ଛକ ନିକଟ ପୂର୍ତ୍ତ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ଆଗରୁ ଏକ ବାଇକ୍ ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି ।

ମ୍ୟୁନିସିପାଲିଟି ଅନ୍ତର୍ଗତ କମାଣପୁର ଗ୍ରାମର ଭାଷ୍କର ଜେନାଙ୍କ ୟାମା ଫେସିନୋ ବାଇକ୍ ନେଇ ସେହି ଗ୍ରାମର ନରୋତ୍ତମ ମହାକୁଡ ପୂର୍ତ୍ତ କାର୍ଯ୍ୟାଳୟକୁ ଆସି ବାଇକରେ ୍ ଚାବି   ଦେଇ ଅଳ୍ପ ସମୟ ପରେ ଫେରି ବାଇକ୍ ଚୋରି ହୋଇଥିବା ଜାଣିଥିଲେ ।

ସୋର ଥାନାରେ ଉଭୟ ମାଲିକ ଭାଷ୍କରଙ୍କ ସହ ନରୋତ୍ତମ ଲିଖିତ ଭାବେ ଥାନାରେ ଜଣାଇଥିଲେ ।  ଅଭିଯୋଗ ପାଇ ସୋର ପୁଲିସ ଘଟଣାର ତଦନ୍ତ କରୁଛି ।

Leave A Reply