ଫୁଲବାଣୀ : ସମଗ୍ର ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରେ ଲାଗିଛି କନ୍ଧମାଳ ଜିଲାରେ ମଧ୍ୟ ବର୍ତମାନ ଦୃତଗତିରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା ହେଲେ ସୁସ୍ଥ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୬୮ ପ୍ରତିଶତରୁ ଅଧିକ ଥିବା ବେଳେ ଏଥିରେ ଜଣଙ୍କର ମୃତୁ୍ୟ ଘଟିଛି । ଆଜି କନ୍ଧମାଳ ଜିଲାରେ ପୁଣି ଆଉ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣପଡିଛି । ସେମାନଙ୍କ ମଧ୍ୟରୁ ୧୩ ଜଣ ପୁରୁଷ ରହିଥିବାବେଳେ ୪ ଜଣ ମହିଳା ଅଛନ୍ତି । ଆଜରି ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୪ରେ ପହଂଚିଛି ।
ଗତ କାଲି ସୁସ୍ଥ ହୋଇଥିବା ୧୪ ଜଣଙ୍କ ସମେତ ବର୍ତମାନ ସୁଦ୍ଧା ୨୧୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ ହସପିଟାଲରେ ଆଉ ୧୦୦ ଜଣ ସଂକ୍ରମିତ ଚିକିସôା ହେଉଥିବା ଜଣାପଡିଛି । ଆଜି ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ବାଲିଗୁଡା ଅଂଚଳରେ କ୍ୱାରେଣ୍ଟାଇନରେ ଥିବା ୯ଜଣ, ଅନ୍ୟାନ୍ୟ କ୍ୱାରେଣ୍ଟାଇନର ୫ଜଣ,ସିଆରପିଏଫର ୪ଜଣ,ଘୁ.ଉଦୟଗିରିର ବ୍ୟାଙ୍କ ଲିଙ୍କରେ ଆସି ସଂକ୍ରମିତ ହୋଇଥିବା ବନ୍ଧଛକ,ଗଉଡସାହି,ତେଲିସାହି ଏବଂ ଘୁ.ଉଦୟଗିରି ଅଂଚଳର ୬ଜଣ ଓ ତପାଙ୍ଗିଆ ଓ ଶଙ୍କରାଖୋଲ ଚକାପାଦ ଅଂଚଳର ୨ ଜଣ ରହିଥିବା ନେଇ କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି ସୁଚନା ଦେଇଛନ୍ତି । ତେବେ ଜିଲାରେ ସଂକ୍ରମଣ ଦୃତଗତିରେ ବଢୁଥିବାରୁ ସମସ୍ତଙ୍କୁ ଘରେ ରହିବାକୁ କହିବା ସହିତ ଅତି ଆବଶ୍ୟକ ହେଲେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ରକ୍ଷା କରି ଯାତାୟାତ କରିବା ଏବଂ ନିୟମିତ ଭାବରେ ହାତ ଧୋଇବାକୁ ଜିଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି ।