Odisha news

ପେଟିଏମ ଆସନ୍ତା କିଛି ସପ୍ତାହରେ ଲଞ୍ଚ କରିବ ଷ୍ଟକବ୍ରେକିଙ୍ଗ ସର୍ଭିସ

0

ନୂଆଦିଲ୍ଲୀ :ପେଟିଏମ କେବଳ ଅନଲାଇନ ପେମେଣ୍ଟ ଓ ଡିଜିଟାଲ ମୋବାଇଲ ୱାଲେଟ ସୁବିଧା ଦେଉ ନାହିଁ  ବରଂ ତାର ଗ୍ରାହକ ମାନଙ୍କୁ ବହୁତ ଗୁଡିଏ ସୁବିଧା ଦେବା ପାଇଁ ସ୍ଥିର କରିଛି l ଏହା ସହିତ ଯୋଡି ହୋଇଥିବା ଖବର ଏହା ଯେ ପେଟିଏମ ନିଜର ଗ୍ରାହକ ମାନଙ୍କ ପାଇଁ ଆସନ୍ତା କିଛି ସପ୍ତାହ ମଧ୍ୟରେ ଷ୍ଟକବ୍ରେକିଙ୍ଗ ସର୍ଭିସ ଲଞ୍ଚ କରିବାକୁ ଯାଉଛି l ଗ୍ଲୋବାଲ ଫିନଟେକ ଫେଷ୍ଟିଭାଲ ସମୟରେ କମ୍ପାନୀର ଫାଉଣ୍ଡର ବିଜୟ ଶେଖର ଶର୍ମା ଏହି ସୂଚନା ଦେଇଥିଲେ l

ବିଜୟ ଶେଖର ଶର୍ମା କହିଥିଲେ ଯେ ପେଟିଏମ ମାଧ୍ୟମରେ ତାଙ୍କୁ ଅନେକ ରିଭିନିୟୁ ମିଳୁଛି l ପ୍ରଥମେ ପେଟିଏମ ଇ-କମର୍ସ ସେବା ଆରମ୍ଭ କରି ନଥିଲା ,ପରେ ଏହା ଆରମ୍ଭ କରାଗଲା l ତାପରେ ପେଟିଏମ ମ୍ୟୁଚୁଆଲ ଫଣ୍ଡ ସହିତ ଇନ୍ସୁରାନ୍ସ ସେବା ଦେବା ଆରମ୍ଭ କଲା l ବର୍ତ୍ତମାନ ଆସନ୍ତା କିଛି ସପ୍ତାହ ମଧ୍ୟରେ ଷ୍ଟକବ୍ରୋକରଜ ସେବା ଗ୍ରାହକ ମାନଙ୍କୁ ଦେବେ l ପେଟିଏମକୁ ଚଳିତ ବର୍ଷ ଜାନୁଆରୀ ମାସରେ ଷ୍ଟକବଜାର ବ୍ରେକିଙ୍ଗର ଅନୁମତି ମିଳି ସାରିଛି lଯେପରିକି ଏଥିରେ ସାମିଲ ହେବାକୁ ଯାଉଛି ୱିକିଟିରେ ଟ୍ରେଡିଂ ,କ୍ୟାସ ସ୍ୱେଗେମେଣ୍ଟ ,ଡରିବେଟିବସ ,ଇଟିଏଫ ଓ ଅନ୍ୟ ଏକ୍ସଚେଞ୍ଜ ଉପରେ ଟ୍ରେଡ଼ ହେଉଥିବା ପ୍ରଡକ୍ଟ ଅଣାଯିବ l ସେ କହିଛନ୍ତି ଯେ ବର୍ତ୍ତମନ ଏହି ସୁବିଧାକୁ ନେଇ କମ୍ପାନୀ ଗ୍ରାହକ ମାନଙ୍କୁ ୱେଲଥ୍ ମ୍ୟାନେଜମେଣ୍ଟ ପ୍ଲାଟଫର୍ମର ସୁବିଧା ଦେବ l

Nalco

Leave A Reply