ତିହିଡି : ତିହିଡି ବ୍ଳକର ଅଙ୍ଗନଓ୍ୱାଡି କର୍ମୀଙ୍କୁ ଗରମ ରନ୍ଦା ଖାଦ୍ୟର ବକେୟା ପାଉଣା ମିଳୁନଥିବା ଜଣାଯାଇଛି । ଫଳରେ ସେମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିଲେ ସେମାନେ ବାଧ୍ୟ ହୋଇ ଅଙ୍ଗନଓ୍ୱାଡି ଶିଶୁଙ୍କୁ ରନ୍ଦା ଖାଦ୍ୟ ଦେବାକୁ ଅସମର୍ଥ ହେବେ ବୋଲି ପ୍ରକାଶ କରିଛନ୍ତି । ସାଧାରଣତ ଅଙ୍ଗନଓ୍ୱାଡି କର୍ମୀଙ୍କ ପ୍ରତି ୩ ମାସର ଥରେ ଗରମ ରନ୍ଦା ଖାଦ୍ୟ ପ୍ରାପ୍ୟ ପ୍ରଦାନ କରାଯାଇଥାଏ ।
ସେହି ଅନୁସାରେ ଗତ ଜାନୁୟାରୀରୁ ମାର୍ଚ୍ଚ ମାସ ଯାଏଁ ୩ ମାସ ର ପ୍ରାପ୍ୟ ସେମାନଙ୍କୁ ଦିଆ ନଯାଇ କିଛି କିଛି ଆଡଭାନ୍ସ ଆକାରରେ ପ୍ରଦାନ କରାଯାଇଥିଲା । ଫଳରେ ସେମାନେ ଧାର କରଜ କରି ଉକ୍ତ ୩ ମାସ କାମ ‘ଳାଇଥିଲେ । ପୁଣି ଏପ୍ରିଲରୁ ଜୁନ ଯାଏଁ ୩ ମାସ ହେଲା ସେମାନେ ଶିଶୁ ମାନଙ୍କୁ ଗରମ ରନ୍ଦା ଖାଦ୍ୟ ପ୍ରଦାନ କରିଥିଲେ ମଧ୍ୟ ଏଯାବତ ସେମାନଙ୍କୁ ଏହି ବାବଦରେ ପ୍ରାପ୍ୟ ମିଳିନାହିଁ । ସେମାନଙ୍କ ପ୍ରାପ୍ୟ ନ ମିଳିଲେ ସେମାନେ ଜୁଲାଇ ମାସରେ ସେମାନେ ଗରମ ରନ୍ଦାଖାଦ୍ୟ ଦେଇପାରିବେ ନାହିଁ ବୋଲି ପୂର୍ବରୁ ମଧ୍ୟ ଲିଖିତ ଭାବେ ସିଡିପିଓଙ୍କୁ ଜଣାଇଥିଲେ ।
ଏବେ ସେମାନଙ୍କ ପାଖରେ କେବଳ ‘ାଉଳ ମହଜୁଦ ରହିିଥିବା ବେଳେ ଅର୍ଥ ଅଭାବରୁ ସେମାନେ ଅନ୍ୟାନ୍ୟ ସାମଗ୍ରୀ କିଣି ପାରୁନାହାନ୍ତି । ଫଳରେ ‘ଳିତ ଜୁଲାଇ ମାସରେ ସେମାନେ ଏହା ବଣ୍ଟନ କରି ପାରୁନଥିବା ଦର୍ଶାଇଛନ୍ତି । ଫଳରେ ଅଭିଭାବକଙ୍କ ରୋଷର ଶିକାର ହେଉଛନ୍ତି ସେମାନେ । ଗରମ ରନ୍ଦା ଖାଦ୍ୟ ବାଦଦକୁ ସରକାରଙ୍କ ପକ୍ଷରୁ ଅର୍ଥ ମିଳୁଥିବା ବେଳେ ସିଡିପିଓଙ୍କ ଅବହେଳାରୁ ଏଭଳି ଅ‘ଳାବସ୍ଥା ସୃଷ୍ଟି ହୋଇଥିବା କର୍ମୀ ମାନେ ପ୍ରକାଶ କରିଛନ୍ତି । ବର୍ତ୍ତମାନ କରୋନା ଜନିତ ପରିସ୍ଥିତିରେ ଅଙ୍ଗନଓ୍ୱାଡି ଶିଶୁ ମାନଙ୍କୁ କେବଳ ଶୁଖିଲା ଖାଦ୍ୟ ପ୍ରଦାନ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସେମାନଙ୍କ ବକେୟା ପ୍ରାପ୍ୟ ସେମାନଙ୍କୁ ତୁରନ୍ତ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି ।