Odisha news

ବିଜୟ ମହାନ୍ତିଙ୍କ ବିୟୋଗରେ ସି.ପି.ଆଇ.(ଏମ୍)ର ଶୋକ

0

ଓଡିଶା ସାଂସ୍କୃତିକ ଜଗତର ଅନ୍ୟତମ ଅନୁଷ୍ଠାନ ଭାବେ ସ୍ୱୀକୃତ ପ୍ରଖ୍ୟାତ ମଞ୍ଚ ଓ ରୁପେଲି ପରଦାର ଅଗ୍ରଣୀ କଳାକାର ବିଜୟ ମହାନ୍ତିଙ୍କ ବିୟୋଗରେ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରୁଛୁ । ବିଜୟ ମହାନ୍ତି ଥିଲେ ଏକାଧାରରେ ଜଣେ ସଫଳ ଅଭିନେତା, ନିଦେ୍ର୍ଦଶକ ଓ ମଞ୍ଚ କଳାକାର ।

ନିଖୁଣ ଅଭିନୟ ଓ ନିଜସ୍ୱ ସ୍ୱତନ୍ତ୍ର ଅଭିନୟ ଶୈଳୀ ପାଇଁ ସେ ଓଡିଶାର ଘରେ ଘରେ ପରିଚିତ । ବିଜୟ ମହାନ୍ତିଙ୍କ ବିୟୋଗରେ ଓଡିଶା ସାଂସ୍କୃତିକ ଜଗତ ଏକ ବିଖ୍ୟାତ ପ୍ରତିଭାକୁ ହରାଇଲା ।
ବିଜୟ ମହାନ୍ତିଙ୍କ ବିୟୋଗରେ ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛୁ ।

Leave A Reply