ମିଶିରିର ଚାହିଦା ଆମର ଦୈନଦିନ ଜୀବନରେ ବେଶ ଗୁରୁତ୍ୱ ପୂର୍ଣ୍ଣ l ସାଧାରଣତଃ ଆମେମାନେ ସକାଳୁ ଉଠିଲେ ମିଶିରୀ ପାଣି ପିଇଥାଉ କିମ୍ବା ଠାକୁରଙ୍କ ପାଖରେ ପ୍ରସାଦ ଭାବରେ ସମର୍ପଣ କରିଥାଉ l ଆଉ କିଛି ଲୋକ ଚିନି ବଦଳରେ ଖାଦ୍ୟରେ ମିଶିରିର ବ୍ୟବହାର କରିଥାନ୍ତି l ଏହି ମିଶିରୀ ଆମ ଶରୀର ପାଇଁ ହିତକର ହେବ ସହିତ ଅନେକ ପ୍ରକାରର ରୋଗରୁ ମଧ୍ୟ ଦୁରେଇ ରଖିଥାଏ l ବିଶେଷ କରି ଆୟୁର୍ବେଦରେ ବିଭିନ୍ନ ପ୍ରକାରର ଔଷଧରେ ମିଶିରିର ବ୍ୟବହାର କରା ଯାଇଥାଏ l ଚିନିର ଅନରିଫାଇଣ୍ଡ ରୁପକୁ ମିସିରି କୁହାଯାଏ l ଏହା ମୁଖ୍ୟତଃ ଆଖୁ ଓ ଖଜୁରୀ ରସରୁ ତିଆରି ହୋଇଥାଏ l ଏହାର ଉତ୍ପାଦନ ପ୍ରଥମେ ଭାରତରୁ ଆରମ୍ଭ ହୋଇଥିଲା ,ଧୀରେଧୀରେ ବିଶ୍ୱର ଅନେକ ସ୍ଥାନରେ ଉତ୍ପାଦନ କରାଗଲା l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଚିନି ତୁଳନାରେ କମ ଶର୍କରା ଭାଗ ମିଶିରିର ଥାଏ l
* ଏନର୍ଜି ବଢାଏ ମିଶିରୀ -ଯେପରି ଆମେ କହି ରଖିଚୁ ଚିନିର ଅନରିଫାଇଣ୍ଡ ରୂପ ହେଉଛି ମିସିରି ,ଏହି କାରଣରୁ ଯେତେବେଳେ ଆପଣ ପ୍ରାତଃ ଭ୍ରମଣ କିମ୍ବା ବ୍ୟାୟାମ କରି ଆସୁଛନ୍ତି ସେହି ସମୟରେ ଯଦି ଆପଣ ଚିନି ବଦଳରେ ମିଶିରୀ ଓ ଲୁଣର ପାଣି ପିଇବେ ଏହା ଆପଣଙ୍କୁ ଏନର୍ଜି ଦେବା ସହିତ ଥାକ ପାଣ ଦୂର କରିବ l କାରଣ ମିଶିରିର ଶୁକ୍ରଜର ପରିମାଣ ବହୁତୁ ଭଲରେ ଥାଏ l ଯାହା ଆମ ଶରୀରକୁ ଫୁର୍ତି କରିଥାଏ l
* ଡ଼ାଇରିଆରୁ ଆରାମ ଦିଏ ମିଶିରୀ -ଅଧିକାଂଶ ସମୟ ଲଗାତାର ଝାଡା ହେବ ଦ୍ୱାରା ଆମେ ଏହାକୁ ଡାଇରିଆ ବୋଲି କହିଥାଉ l ଡାଇରିଆ ସମୟରେ ଆମ ଶରୀରରୁ ଜଳୀୟ ଅଂଶ କମି ଯାଇଥାଏ l ତେଣୁ ଏହି ସମସ୍ୟାରୁ ଆରମ୍ଭ ପାଇବା ପାଇଁ ୧୦ ଗ୍ରାମ ମିଶିରୀ ପାଉଡର ସହିତ ୧୦ ଗ୍ରାମ ଧନିଆ ପାଉଡର ୧00 ମିଲିଲିଟର ପାଣିରେ ମିଶାଇ ନିୟମିତ ଭାବରେ ଦିନକୁ ତିନିଥର ପିଇବା ଦ୍ୱାରା ଡ଼ାଇରିଆରୁ ଆରାମ ମିଳିଥାଏ l ଏହା ସହିତ ମିଶିରୀ ଶରୀରକୁ ଏନର୍ଜି ଦେଇଥାଏ l
* ଛୋଟପିଲାଙ୍କ ପାଇଁ ମିଶିରୀ ହିତକର -ମିଶିରୀ ମସ୍ତିସ୍କକୁ ସୁସ୍ଥ ରଖିବା ପାଇଁ ଗୋଟିଏ ପ୍ରାକୃତିକ ଔଷଧ ବୋଲି ଆୟୁର୍ବେଦରେ କୁହାଯାଇଛି l ଏହା ମାନସିକ ଦୁଶ୍ଚିନ୍ତାକୁ ଦୂର କରିବା ସହିତ ସ୍ମରଣ ସାକ୍ତି ବଢାଇବାରେ ସାହାଯ୍ୟ କରିଥାଏ l ତେଣୁ ଆୟୁର୍ବେଦରେ କୁହା ଯାଇଛି ଛୋଟ ପିଲା ମାନଙ୍କୁ ଖିରରେ ଚିନି ବଦଳରେ ମିଶିରୀ ମିଶାଇ ପିଆଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର l
* ନାକରୁ ରକ୍ତ ପଡିବା ପାଇଁ ହିତକର ମିଶିରୀ -ଅଧିକାଂଶ ଲୋକଙ୍କର ବେଳେବେଳେ ନାକରୁ ରକ୍ତ ପଡିବl ଗୋଟିଏ ରୋଗ ଭାବରେ ଦେଖା ଦେଇଥାଏ l ଏହି ସମସ୍ୟା ପାଇଁ ମିଶିରୀ ସେବନ କରିବା ହିତକର ହୋଇଥାଏ l କାରଣ ମିଶିରିର ତିଆରି ସିରା ଶରୀରକୁ ଶୀତଳ ପ୍ରଦାନ କରିବା ସହିତ ଗରମକୁ ଦୂର କରିଥାଏ l ଆୟୁର୍ବେଦରେ କୁହ ଯାଇଛି ଯେ ନାକରୁ ରକ୍ତ ପଡିବl ଶରୀରର ଗରମ ପ୍ରଭାବ ଯୋଗୁ ହୋଇଥାଏ l ଏହି ପରିସ୍ଥିତିରେ ମିଶିରୀ ସିରଙ୍କୁ ଥଣ୍ଡା କରି ପିଇବା ଆବଶ୍ୟକ l
* ମୁଖ ଗହ୍ୱରର ଘାକୁ ଠିକ କରେ -ପେଟ ଗରମରୁ ହେଉ କିମ୍ବା ମୁଣ୍ଡ ଥଣ୍ଡାରୁ ହେଉ ମୁଖ ଗହ୍ୱରରେ ଘା ହେବl ଏକ ସାଧାରଣ ସମସ୍ୟା l ଏହି ପରି ହେଉଥିଲେ ମିଶିରୀ ଓ ଛୋଟ ଗୁଜୁରାତି ସମାନ ମାତ୍ରାରେ ନେଇ ଗୁଣ୍ଡ କରି ପାଣି ପକାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ l ତାପରେ ନିୟମିତ ଭାବରେ ଏହି ପେଷ୍ଟକୁ କିଛିଦିନ ମୁଖ ଗହ୍ୱରରେ ଲଗାଇଲେ ସମସ୍ତ ସମସ୍ୟା ଦୂର ହେବ l
ମିଶିରିକୁ ସବୁବେଳେ ଖାଇବା ପରେ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଖେ ହିତକର ଏବଂ ଗୋଟିଏ ଦିନରେ ପାଞ୍ଚରୁ ଦଶ ଗ୍ରାମ ମିଶିରୀ ଖାଇବା ଆବଶ୍ୟକ l
