Odisha news

ଦ୍ୱିତୀୟ ବିଶ୍ୱଯୁଦ୍ଧ ମୁକ ସଖୀ ଭାବେ ମୟୁରଭଞ୍ଜ ଜିଲ୍ଲାର ଅମର୍ଦରୋଡ଼ ଏୟାରଷ୍ଟ୍ରିପ ଆଜି ଅବହେଳିତ

0
ସୁଭେନ୍ଦ୍ର ପଟ୍ଟାନାଏକ : ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀ ତଥା ରସଗୋବିନ୍ଦପୁର ବ୍ଳକ ରେ ଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ମୁକ ସଖୀ ଭାବେ ଅମର୍ଦରୋଡ଼ ଏୟାରଷ୍ଟ୍ରିପ ଆଜି ଅବହେଳିତ ଅବସ୍ଥାରେ ପଡିରହିଛି ।   ଇଂରେଜ ଅମଳରୁ ଆରମ୍ଭ ହୋଇଥିବା ଭି ଏୟାରଷ୍ଟ୍ରିପ ସାଢ଼େ ୩ କିଲୋମିଟର ରନୱେ ମଧ୍ୟରେ ତିଆରି ହୋଇଛି । ରନୱେ ସାଙ୍ଗକୁ ଏକ ଗୁପ୍ତ ଵଙ୍କ ମଧ୍ୟ ନିର୍ମାଣ ହୋଇଥିଲା । ଏଠାରେ ଗୋଳା ବାରୁଦ ଗଛିତ ରଖି ଇଂରେଜ ସରକାର ସେତେବେଳେ ଜାପାନ ବିରୋଧରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ରେ ବ୍ୟବହାର କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେତେବେଳେ ଏହି ଏୟାରଷ୍ଟ୍ରିପ କୁ ତିଆରି କରିବାକୁଖର୍ଚ୍ଚ ହୋଇଥିଲା ୩ କୋଟି । ଆଜି ଏହି ଏୟାରଷ୍ଟ୍ରିପ ଵିଲୁପ୍ତ ଏଇତିହାଶିକ ସ୍ଥଳ ଭାବରେ ଧ୍ବଂସ ହେବାରେ ଲାଗିଲାଣି ।
ଚାରିଆଡ଼େ ଗଛଲତାରେ ପୂର୍ଣ୍ଣ ଜଙ୍ଗଲ ଓ ଉଈ ହୁଙ୍କା ଭୋରିଗୋଲାଣି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଲଢୁଆ ବିମାନ, ଗୁଳି,ବାରୁଦ ପ୍ରଭୂତି ଶତ୍ରୁ କବଳରୁ ରକ୍ଷା ପାଇଁ ଏହି ଏୟାରଷ୍ଟ୍ରିପ ଏକ ଜଙ୍ଗଲ ମଧ୍ୟରେ ନିର୍ମାଣ କରାଯାଇଥିଲା । ପ୍ରାୟ ୧୫୦ରୁ ଅଧିକ ଏକର ଜମିରେ ବ୍ରିଟିଶ ମାନେ ଏହାକୁ ନିର୍ମାଣ କରିଥିଲେ। କିନ୍ତୁ ରକ୍ଷଣାବେକ୍ଷଣ ଏହି ବିମାନ ବନ୍ଦର ଅଧିକାଂଶ ଜାଗା ମାଟିରେ ମିଶିଯାଇଛି । ଭଗ୍ନାବଶେଷ ମଧ୍ୟରେ ବହୁ ଗୁପ୍ତ ସୁଡ଼ଙ୍ଗ ରହିଛି । ବ୍ରିଟିଶ କବଳରୁ ଦେଶ ସ୍ଵାଧୀନ ହେବ ପୂର୍ବରୁ ଇଂରେଜ ମାନେ ବିଭିନ୍ନ ସୁଡ଼ଙ୍ଗ କୁ ବାହାରୁ ବନ୍ଦ କରିଦେଇଥିଲେ । ଏହି ସୁଡ଼ଙ୍ଗ ର ୨୦ ରୁ ୨୫ ଫୁଟ ଯିବାପରେ ଏକ ସିମେଣ୍ଟ କଂକ୍ରିଟ କାନ୍ଥରେ ସୁଡ଼ଙ୍ଗ କୁ ସିଲ କରିଦିଆଯାଇଛି । କୁହାଯାଏ ବ୍ରିଟିଶ ମାନେ ଏହି ସ୍ଥାନକୁ ଛାଡ଼ିବା ପୂର୍ବରୁ ଏହାର ଗୋଳବାରୁଦ, ଗାଡି, ସୁନା ଗହଣା ଓ ଅନ୍ୟ ସରଞ୍ଜାମ ଛାଡିଯାଥିଲେ ।
ତାହାକୁ ସୁଡ଼ଙ୍ଗ ଭିତରେ ସିଲ କରିଦେଇଥିଲେ । ଏହାକୁ ଆବିଷ୍କାର ପାଈଁ କୋୖଣସି ସଂସ୍ଥା ଗବେଷକ ବା ସରକାର ତତ୍ପରତା ନକରିବାରୁ ବହୁ ତଥ୍ୟ ଲୋକଲୋଚନକୁ ଆସିପରିନାହିଁ । ନଷ୍ଟ ହେବାକୁ ଯାଉଥିବା ଏହି ଏୟାରଷ୍ଟ୍ରିପ ପୁନରୁଦ୍ଧାର କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯିବା ପାଈଁ ବହୁବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଥିଲେ । ତେବେ ମୟୂରଭଞ୍ଜ ଜିଲ୍ଲାର ସାଂସଦ କି ବିଧାୟକ ଏହି ବାବଦରେ କେବେ କିଛି ଦାବି ନକରିବା ଏକ ଦୁର୍ଭାଗ୍ୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ପରବର୍ତୀ ସମୟରେ ପ୍ରତିରକ୍ଷା ପକ୍ଷରୁ ଏଠାରେ ଏକ ଟ୍ରେନିଂ ଏକାଡେମୀ ହେବା ପାଇଁ ପଦକ୍ଷେପ ନିଆଯାଇଥିଲା । ଗତ ୨୦୧୫ ଅକ୍ଟୋବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଙ୍କ ସଭାପତିତ୍ୱରେ ଉଚ୍ଚସ୍ତରିଅ ବୈଠକ ବସି ଏହି ବିମାନ ବନ୍ଦରର ଉନ୍ନତି ପାଇଁ ୧୮ କୋଟି ୪୪ ଲକ୍ଷ ୧୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ପ୍ରତିରକ୍ଷା ବିଭାଗର ଏହି ନୂତନ ପ୍ରକଳ୍ପ ପାଇଁ ୧୫୦୦ ଏକର ଜମି ଆବଶ୍ୟକ ରହିଛି । ତେବେ ମୋରଡ଼ା ଓ ରସଗୋବିନ୍ଦପୁର ବ୍ଳକର ୧୪ଟି ମୌଜା ର ୧୩୯୨ ଏକର ୪୦ଡେସିମିଲ ଜମି ଚିହ୍ନଟ କରାଯାଇଥିଲା ।
ବିମାନ ବନ୍ଦର ପାର୍ଶ୍ଵ ରେ କିଛି ସରକାରୀ ଜମି ଥିବାବେଳେ ଅବଶିଷ୍ଟ ବ୍ୟକ୍ତିଗତ ଜମି । ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବାବଦରେ କେନ୍ଦ୍ର ସରକାର ୫୦୦କୋଟି ଅର୍ଥ ବରାଦ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ସର୍ଭେ କାମ ସରିଛି । ରାଜ୍ୟ ସରକାର ସ୍ଥାନୀୟ ଜମିର ବେଞ୍ଚ ମାର୍କ ବୃଦ୍ଧି କରି କିଣାବିକା ବାବଦରେ ଟିକସ ଆଦାୟ କରିଛନ୍ତି । ଏହି ପ୍ରକଳ୍ପ ର ଆରମ୍ଭ ସୂଚନା ପାଇବାପରେ ସରକାର ବେଞ୍ଚ ମାର୍କ କମାଇ ଦେଇଛନ୍ତି । ଫଳରେ ପ୍ରକଳ୍ପ ପାଇଁ    ସମସ୍ୟା ସୃଷ୍ଟି କରିଛି । ସରକାର ଙ୍କ ନୂତନ ନିୟମ ଅନୁସାରେ ଜମି ମାଲିକ ମାନେ ପ୍ରକଳ୍ପ ପାଇଁ ଜମି ଦେବାକୁ ରାଜି ହେଉନାହାନ୍ତି । ଫଳରେ ଜମି ଅଧିଗ୍ରହଣ ରେ ସମସ୍ୟା ସୃଷ୍ଟି ହୋଇଛି ।ଯଦି ଏହି ଏୟାରଷ୍ଟ୍ରିପ ର ରକ୍ଷଣାବେକ୍ଷଣ କରାନଯାଏ ତେବେ ଏହି ବିମାନ ବନ୍ଦର ମାଟିରେ ଲୀନ ହୋଇଯିବ ।
Ad2
Leave A Reply