Odisha news

ଜଳେଶ୍ୱର ମୁ୍ୟନିସିପାଲଟିକୁ ପୁଣି ୧୬୮ ଘଣ୍ଟା ଲାଗି ସଟ୍ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ

0

ଜଳେଶ୍ୱର : ଜଳେଶ୍ୱର ମୁ୍ୟନିସିପାଲଟି ଅଞ୍ଚଳରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧô କରି ଜଳେଶ୍ୱର ପୌରାଞ୍ଚଳକୁ ୧୬୮ ଘଣ୍ଟାଲାଗି ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସଟ୍ଡାଉନ୍ ଘୋଷଣା କରିଛନ୍ତିି । ଗତ କିଛିଦିନ ତଳେ ୮୪ ଘଣ୍ଟା ଲାଗି ସଟ୍ ଡାଉନ୍ ଅବଧି ଶୁକ୍ରବାର ସକାଳେ ଶେଷ ହେବାପରେ ପୁଣି ଶନିବାର, ରବିବାରର ରାଜ୍ୟସ୍ତରୀୟ ସଟ୍ଡାଉନ୍ ଆରମ୍ଭ ହୋଇଥିଲା । ତାହା ଶେଷ ନ ହେଉଣୁ ଜୁଲାଇ ୨୦ ସୋମବାର ସକାଳ ୫ଟାରୁ ୨୭ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି ।

ଏହି ସମୟରେ ସକାଳ୬ଟାରୁ୧୧ଟା ଅତ୍ୟାବଶ୍ୟକ ପରିବା ଓ ତେଜରାତି ଦୋକାନ ଖୋଲା ରହିବା ବେଳେ କ୍ଷୀର ବୋଥ୍ ଓ ମେଡିସିନ୍ ଷ୍ଟୋର ୨୪ ଘଣ୍ଟିଆ ଖୋଲା ରହିବ । ଅଗ୍ନିଶମ ବାହିନୀ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ବିଭାଗ, ପରିମଳ ବ୍ୟବସ୍ଥା ଓ କୋଭିଡ଼୍ ସଂପର୍କୀତ କାର୍ଯ୍ୟ ଚାଲୁ ରହିବା ବେଳେ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ମୁ୍ୟନିସିପାଲଟି, ବ୍ଲକ, ତହସିଲ କାର୍ଯ୍ୟଳୟ ମଧ୍ୟ ଖୋଲା ରହିବା ସଂପର୍କରେ ପୌର ଅଧିକାରୀ ଅଜୟ ମହାପାତ୍ର ସୂଚନା ଦେଇଛନ୍ତି । ଜଳେଶ୍ୱର ମୁ୍ୟନିସିପାଲଟିର ୧୭ଟି ୱାର୍ଡରେ ଏହା କାର୍ଯ୍ୟ କରିବ ବୋଲି ଏଠାରେ ଅବସ୍ଥାପିତ ଜିଲ୍ଲା ସ୍ତରୀୟ ଅଧିକାରୀ ନିଲୁ ମହାପାତ୍ର ସୂଚନା ଦେଇଛନ୍ତି । ସଟ୍ଡାଉନ୍ ଯୋଗୁଁ ସହର ମଧ୍ୟକୁ ଯାତାୟାତ ରାସ୍ତା ବନ୍ଦ ରହିବାବେଳେ କେବଳ ୬୦ନଂ ଜାତୀୟ ରାଜପଥ ଜିକେ ଭଟ୍ଟର ହସ୍ପିଟାଲ ନିକଟରେ ବେରିକେଟ ନିର୍ମାଣ କରାଯାଇ ଯାଞ୍ଚ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଛି ବୋଲି ଜଣାଯାଇଛି ।

ଏହି ସଟ୍ଡାଉନ୍ ବେଳେ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ୍  ଇତ୍ୟାଦି ବନ୍ଦ ରହିବ । ଗଣମାଧ୍ୟମର କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସେ ସୂଚନା ଦେଇଛନ୍ତି । ଗତ ୧୩ ତାରିଖରୁ ୧୭ ତାରିଖ ଯାଏ ସଟ୍ ଡାଉନ୍ ଥିବାରୁ ଜଳେଶ୍ୱର ମୁ୍ୟନିସିପାଲଟି ଅଞ୍ଚଳରେ ସଫଳତା ମିଳିଥିବାରୁ ଏହାକୁ ଲକ୍ଷ କରି ଏପରି ପଦକ୍ଷେପ ନିଆଯାଇଛି । ଜଳେଶ୍ୱର ଦୈନିକ ବଜାର ଓ ସାପ୍ତ୍ାହିକ ହାଟରେ ପ୍ରବଳ ଭିଡ ପରିଲକ୍ଷିତ ହେଉଥିବା ଗତ ଶନିବାର ଜିଲାପାଳ ଅନ୍ୟ ଅଧିକାରୀ ମାନଙ୍କ ସହ ବୁଲି ଦେଖିଥିଲେ । ତେଣୁ ପ୍ରତିଦିନ ସକାଳ୬ଟାରୁ ୧୧ଟା ଯାଏ ଦୈନିକ ହାଟର ସ୍ଥାନ ପରିବର୍ତ୍ତନ ହୋଇ ବଡବଜାରରୁ ଷ୍ଟେସନବଜାରେ ମୁଖ୍ୟ ରାସ୍ତାକଡରେ ରଖାଯିବାର ବ୍ୟବସ୍ଥା ହୋଇଛି । ପୂର୍ବେ ବସୁଥିବା ହାଟ ସ୍ଥାନକୁ ସିଲ କରାଯାଇଛି ବୋଲି ପୌର ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି । ୭ ଦିନର ସଟ୍ ଡାଉନ୍ପରେ ପରିସ୍ଥିତି ବଦଳିବ ବୋଲି ଜଳେଶ୍ୱରବାସୀ ଆଶା ପୋଷଣ କରିଛନ୍ତି

Leave A Reply