Odisha news

“ଇ’ ଶିକ୍ଷା ବ୍ୟବସ୍ଥାରେ ତନ୍ତ୍ରଜ୍ଞାନ କେତେ ଦୂର ଫଳ ପ୍ରଦ ?

0

ଭଦ୍ରକ :ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଶିକ୍ଷା ବ୍ଲକର ଇ ଶିକ୍ଷା କାର୍ଯ୍ୟକ୍ରମ ୧୬୬ ଗୋଟି ସ୍କୁଲ ୧୭ ଗୋଟି ସାଧନ କେନ୍ଦ ଅଧିନରେ ବ୍ଲକ ଶିକ୍ଷାଧିକାରୀ ଦୀପକ ପାଢୀଙ୍କ ଦ୍ୱାରା ପ୍ର‘ଳିତ କରାଯାଇଥିବା ଶିକ୍ଷା ସଂଜୀବନୀ ନାମକ ଇ ଶିକ୍ଷା ବ୍ୟବସ୍ଥା ୧୫୭୧ ଛାତ୍ରଛାତ୍ରୀ ମଧ୍ୟରୁ ମାତ୍ର ୫୩୫ ଜଣ ପିଲଙ୍କ୍ର ହ୍ୱାର୍ଟସଫ ଦ୍ୱାରା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଅଭିନବ ଉପାୟରେ ଶଇକ୍ଷାଦାନ କରୁଛନ୍ତି । କିନ୍ତୁ ଦୁଃଖ ପରି‘ାପର ବିଷୟ ଯେଉଁ ଛାତ୍ରଛାତ୍ରୀ ମାନଙ୍କର ହ୍ୱାର୍ଟସଫ୍‍ ଫୋନ ନାହିଁ ଉକ୍ତ ଛାତ୍ରଛାତ୍ରୀ ମାନେ ତନ୍ତ୍ରଜ୍ଞାନ ପାଇବେ କିପରି, ସେମାନଙ୍କ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ଗ୍ରାମ, ପଡା କୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସମ୍ବନ୍ଦୀୟ ବିଭିନ୍ନ ପ୍ରଶ୍ନପତ୍ର ସାରକଥାମାନ ପ୍ରଦାନ କରିବା ସହିତ ଚଳିତ ଶିକ୍ଷା ବର୍ଷରେ ସମସ୍ତଙ୍କ ନନିକଟରେ ଶିକ୍ଷାକୁ ପହଞ୍ଚାଇବାରେ ପ୍ରୟାସ ଜାରି ରଖିଛନ୍ତି ।

ବ୍ଲକର ଅନୁଶିକ୍ଷାଧିକାରୀ ଅକ୍ଷୟ ଜେନା, ପୁରୁଷୋର୍ତମ ଧଳ, ସାଧନକେନ୍ଦ୍ରର ସଂଯୋଜକ ବାସୁଦେବ ମହାପାତ୍ର, କୈଳାସଚନ୍ଦ୍ର ସାମଲ, ଅଶୋକ କୁମାର ରାଉତ, ଝୁନାରାଣୀ ସ୍ୱାଇଁ, ପ୍ରମୁଖ ଗ୍ରାମ ପଡାକୁଯାଇ ତଥ୍ୟ ଅନୁସନ୍ଧାନ କରୁଛନ୍ତି । ଉକ୍ତ କାଯର୍‍ୟକ୍ରମ ଶତପ୍ରତିଶତ ଫଳପ୍ରଦ ହେବାକୁ ଆଶା ବାନ୍ଦିଛନ୍ତି । ଏଥିପାଇଁ କିଛି ବିଷୟ ଭିର୍ତିକ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ବାଛି ଦୃଶ୍ୟଶ୍ରାବ୍ୟ ଚିିତ୍ର ଉତ୍ତୋଳନ କରି ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚ । ଯାଇଅଛି ତତ୍‍ସଙ୍ଗ ବିଷୟର ସାରକଥା ଓ ପ୍ରଶ୍ନ ବ୍ୟାଙ୍କ ଏବଂ କାଯର୍‍ୟ ଫର୍ଦ୍ଦ ଦିଆଯାଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଉଅଛି । ଷଷ୍ଠ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ପଯର୍‍ୟନ୍ତ ଛାତ୍ରୀ ମାନଙ୍କୁ ନାପ୍‍କିନ୍‍ ଆଇରନ ବଟିକା ପ୍ରଦାନ କରୁଛନ୍ତି ।

Ad2
Leave A Reply