ବ୍ୟାସନଗର ତହସିଲ ପକ୍ଷରୁ ୨୦ ନମ୍ବର ଜାତୀୟ ରାଜପଥର ଯାଜପୁରରୋଡ ପାଣିକୋଇଲି ରାସ୍ତାରୁ ୭ଟି ବେଆଇନ ବାଲି ବୋଝେଇ ହାଇୱା ଜବତ
ପାଣିକୋଇଲି : ବ୍ୟାସନଗର ତହସିଲ ପକ୍ଷରୁ ୨୦ ନମ୍ବର ଜାତୀୟ ରାଜପଥର ଯାଜପୁରରୋଡ ପାଣିକୋଇଲି ରାସ୍ତାରୁ ୭ଟି ବେଆଇନ ବାଲି ବୋଝେଇ ହାଇୱା ଧରି ପାଣିକୋଇଲି ପୁଲିସ ଜିମା ଦିଆଯାଇଛି । ବେଆଇନ ଗାଡି ଗୁଡିକୁ ଧରିବା ପାଇଁ ତହସିଲ ସୁପରଭାଇଜର ବିଷ୍ଣୁ ଚରଣ ପଣ୍ଡାଙ୍କ ନେତୃତ୍ୱରେ ପାଣିକୋଇଲି ଆରଆଇ ସୁଧି ରଂଜନ ମଲ୍ଲିକ, ପଚ୍ଛିକୋଟ ଆରଆଇ ସୁଜିତ ସାମଲ, କନ୍ତୋର ଆରଆଇ ସଂଜୟ ବଳଙ୍କୁ ନେଇ ଗଠିତ କମିଟି ଚଢାଉ କରିଥିଲା । ହାଇୱା ଗୁଡିକୁ ପାଣିକୋଇଲି ଥାନା ଜିମା ଦିଆଯାଇଥିବା ବେଳେ ସେଗୁଡିକୁ ଫାଇନ କାଟିବା ପରେ ଛଡାଯିବ ବୋଲି ତହସିଲଦାର ଶରତ ଚନ୍ଦ୍ର ମହାପାତ୍ରଙ୍କ ଠାରୁ ସୂଚନା ମଳିଛି ।