Odisha news

ଆପଣ ଜାଣିଛନ୍ତି କି ଆତ ଖାଇଲେ ଆମ ଶରୀରକୁ କି ଲାଭ ମିଳିଥାଏ

0

ଆତ ଗୋଟିଏ ସ୍ୱାଦିଷ୍ଟ ଓ ରସଲା ଫଳ ଅଟେ l ଏହାର ବନସ୍ପତି ନାମ ହେଲା ଅନୁନା ସ୍କ୍ୱାମୋସା ଏହା ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଆଡେ ମିଳିଥାଏ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କମଳା ଅପେକ୍ଷା ଆତରେ ଭିଟାମିନ-ସି ଅଧିଆକ ମାତ୍ରାରେ ମିଳିଥାଏ l ଆତ ଗଛ ପ୍ରାୟତଃ ସମସ୍ତଙ୍କ ବାଡ଼ିବଗିଚାରେ ଦେଖିବାକୁ ମିଳେ l ଆତ ଖାଇବା ଦ୍ୱାରା ଆମମନଙ୍କର ଶରୀର ସୁସ୍ଥ ରହିବ ସହିତ ଅନେକ ଗୁଡିଏ ରୋଗରୁ ମଧ୍ୟ ଦୁରେଇ ରଖିବ ଏହା ହୁଏତ ଆପଣ ମାନେ ଜାଣି ନଥିବେ l ଏହି ଫଳକୁ ଆୟୁର୍ବେଦରେ ବ୍ୟବହାର କରାଯାଏ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି l ଏସିଆ ମହାଦେଶର ଅଧିକାଂଶ ଦେଶରେ ଆତର ଚାଷ କରାଯାଏ l

* ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆତ-ଯଦି କୌଣସି ବ୍ୟକ୍ତି ନିଜର ପତଳା ଶରୀରକୁ ନେଇ ବ୍ୟସ୍ତ ହେଉଥିବା ଏହି ସ୍ଥିତିରେ ସେ  ଆତ ଖାଇବା ଆବଶ୍ୟକ l ଯଦି କୌଣସି ବ୍ୟକ୍ତି ଦୁର୍ବଳତାର ଶିକାର ହେଉଥାଏ l ତେବେ ସୀତାଫଲ (ଆତ) ଋତୁରେ ନିଜ ଖାଦ୍ୟରେ ପ୍ରତେକ ଦିନ ଏହାକୁ ସାମିଲ କରିବା ଉଚିତ l ଏହା ଦ୍ୱାରା ଶରୀର ଫୁର୍ତି ଲାଗିବ ସହିତ ଓଜନ ମଧ୍ୟ ବଢ଼ିବାରେ ସହାୟକ ହୁଏ l

* ଶ୍ୱାସ ପାଇଁ ଆତ -ଶ୍ୱାସ ଗୋଟିଏ ଏପରି ରୋଗ ଯାହା ପାଇଁ ନିଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି ହୋଇଥାଏ l ଆତରେ ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ରହିଛି ,ଏକ ବୈଜ୍ଞାନିକ ଅଧୟନ ଅନୁସାରେ ଆଣ୍ଟିଇନ୍ଫ୍ଲମେଟୋରି ଶ୍ୱାସ ରୋଗକୁ କମ କରିବା ସହିତ ଛାତିକୁ କଫ କବଳରୁ ମୁକ୍ତ କରିଥାଏ l ସେଥିପାଇଁ ଆୟୁର୍ବେଦରେ ସୀତାଫଲରା ଅର୍କ ବ୍ୟବହାର କରିବାକୁ ଶ୍ୱାସ ରୋଗୀ ମାନଙ୍କୁ କୁହ ଯାଇଥାଏ l

* ଉଚା ରକ୍ତଚାପ ପାଇଁ ଲାଭଦାୟକ- ଆତରେ ମ୍ୟାଗନେସିୟମ ରହିଛି ,ଉଚା ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ମ୍ୟାଗନେସିୟମର ଆବଶ୍ୟକତା ରହିଥାଏ l ଯଦି କୌଣସି ବ୍ୟକ୍ତି ଉଚା ରକ୍ତଚାପର ସମସ୍ୟାର ସମୁଖିନ୍ନ ହେଉଛନ୍ତି ତେବେ ଆତ ହେଉଥିବା ଋତୁରେ ଏହି ଫଳକୁ ଅଧିକ ପରିମାଣରେ ଖାଇବା ଆବଶ୍ୟକ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି l

* ରକ୍ତ ହୀନତାକୁ ଠିକକରେ-ରକ୍ତ ହୀନତା ପାଇଁ ଆତ ଖାଇବା ହିତକର ବୋଲି ଆୟୁର୍ବେଦରେ କୁହ ଯାଇଛି l ରକ୍ତ ହୀନତା ଦ୍ୱାରା ମଣିଷ ମାନଙ୍କ ଶରୀରରେ RBC କମି ଯାଇଥାଏ l ଏଥିପାଇଁ ବ୍ୟକ୍ତିର ଶରୀରରେ ରକ୍ତ ସହିତ ଅକ୍ସିଜେନ ପର୍ଯ୍ୟାପ୍ତ ମାତ୍ରାରେ ପହଂଚି ପରେ ନାହିଁ l ବିଶେଷଜ୍ଞ ମାନଙ୍କ ମତରେ ଆତରେ ଥିବା ଆଇରନ ଓ ଫୋଲେଟ ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ l ଯାହା ଆନିମିଆ ରୋଗୀ ମାନଙ୍କ ପାଇଁ ଆବଶ୍ୟକ l ତେଣୁ ଆତକୁ ରକ୍ତ ହୀନତାର ଶିକାର ହେଉଥିବା ବ୍ୟକ୍ତି ମାନେ ଖାଇବା ଉଚିତ l

* ପାଚନ ତନ୍ତ୍ରକୁ ସୁସ୍ଥ ରଖେ -ଯଦି ଆପଣ ପାଚନ ପ୍ରକ୍ରିୟା କୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଆତ ଖାଇବା ଆବଶ୍ୟକ l କାରଣ ଆତରେ ଫାଇବର ଅଧିକ ପରିମାଣରେ ମିଳିଥାଏ l ବିଶେଷଜ୍ଞନ ମାନଙ୍କ ମତରେ ଆଟାରେ ଥିବା ଫାଇବର ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହିତ କୋଷ୍ଠକାଠିନ୍ୟ ସମସ୍ୟାରୁ ଦୁରେଇ ରଖିଥାଏ l

Leave A Reply