Odisha news

ବନ୍ତ ବ୍ଲକରେ ଅନ୍ତ୍ୟୋର୍ଦୟ ଅନ୍ନ ଯୋଜନା ବାଟବଣା : ସରକାରଙ୍କ ନିର୍ଦ୍ଦେଶକୁ ବିଭାଗୀୟ ଅଧିକାରୀଙ୍କ ବେଖାତିର

0

ବନ୍ତ :ବନ୍ତ ବ୍ଲକରେ ଅନ୍ତ୍ୟୋର୍ଦୟ ଅନ୍ନ ଯୋଜନା ବାଟବଣା ହୋଇଛି । ସରକାରଙ୍କ ନିର୍ଦ୍ଦେଶକୁ ବିଭାଗୀୟ ଅଧିକାରୀ ମାନେ ବେଖାତିର କରୁଥିବା ଅଭିଯୋଗ ହୋଇଛି । ଏପରି ଏକ ନଜିର ଦେଖିବାକୁ ମିଳିଛି ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ପଞ୍ଚାୟତ ବିଶଲକଣା ଗ୍ରାମର ଦଧିବାବନ ଦାସଙ୍କ କ୍ଷେତ୍ରରେ । ଗତ ୨୦୦୮ ମସିହାରୁ ଦଧିବାବନ ଦାସ ଅନ୍ତ୍ୟୋର୍ଦୟ ଅନ୍ନ ଯୋଜନାରେ ହିତାଧିକାରୀ ଭାବେ କାର୍ଡ ନଂ-୩୮୭୪୫୦ ମାଧ୍ୟମରେ ମାସିକ ୩୫ କିଗ୍ରା ଚାଉଳ ପାଇ ଆସୁଥିଲେ ପରବର୍ତ୍ତୀ ଅବସ୍ଥାରେ ୨୦୧୫ ମସିହାରେ ବିଭାଗୀୟ ଅଧିକାରୀ ମାନେ ଦଧିବାବନ ଦାସଙ୍କ ଅନ୍ତ୍ୟୋର୍ଦୟ ଅନ୍ନ ଯୋଜନା କାର୍ଡକୁ ବାତିଲ କରି ବାପ, ପୁଅ ଥିବା ୨ଜଣଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାର ରାସନ୍‍ କାର୍ଡ ପ୍ରଦାନ କରିଥିଲେ । ଯାହାର କାର୍ଡ ନଂ-୦୪୦୪୧୦୧୧୫୩୫ ଅଟେ ।

ଫଳରେ ଦଧିବାବନ ଦାସ ପୂର୍ବରୁ ୩୫ କିଗ୍ରା ଚାଉଳ ପାଇବା ବଦଳରେ ଏବେ ମାସକୁ ୧୦ କିଗ୍ରା ଚାଉଳ ପାଉଛନ୍ତି । ୭୦ ବର୍ଷ ବୟସ ହୋଇଥିବା ଦଧିବାବନ ଜଣେ ହରିଜନ ସଂପ୍ରଦାୟର ଲୋକ ହୋଇଥିବା ବେଳେ ତାଙ୍କର ଘର ଡିହ ବ୍ୟତୀତ କୌଣସି ଚାଷ ଜମି ନାହିଁ । ପରର ମୂଲ ମଜୁରୀ ଲାଗି ସେ ପରିବାର ଚଳାନ୍ତି । ଏସଂପର୍କରେ ସେ ଗତ ୫ ବର୍ଷ ଧରି ବିଡିଓଙ୍କୁ ଲିଖିତ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିାଁ ସରକାରଙ୍କ ନିୟମ ଅନୁଯାୟୀ କୌଣସି ପରିସ୍ଥିତିରେ ଅନ୍ତ୍ୟୋର୍ଦୟ ଅନ୍ନ ଯୋଜନା କାର୍ଡକୁ ବାତିଲ କରାଯାଇ ପାରିବ ନାହିଁ । ଆଜି ସୁଦ୍ଧା ଦଧିବାବନ ପରିବାରରୁ କେହି ସରକାରୀ ଚାକିରୀ କରି ନାହାନ୍ତି । ଘର ଡିହ ବ୍ୟତୀତ ତାଙ୍କର ଚାଷ ଜମି ନାହିଁ । ଏପରିସ୍ଥଳେ ତାଙ୍କ ଅନ୍ତ୍ୟୋର୍ଦୟ ଅନ୍ନ ଯୋଜନା କାର୍ଡକୁ ବାତିଲ କରିବା ଅତ୍ୟନ୍ତ ଦୁଃଖର ବିଷୟ ଅଟେ । ଏବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି ସମାଧାନ କରାଯାଇ ନାହିଁ । ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି । (ଫଟୋ-ବନ୍ତ ରିନେମରେ ଯାଇଛି)

 

Nalco
Leave A Reply