ପଟ୍ଟାମୁଣ୍ଡାଇ : ସଂପ୍ରତି ମହାମାରୀ କରୋନାକୁ ନେଇ ସମଗ୍ର ବିଶ୍ୱ ଅସ୍ତବ୍ୟସ୍ତ ହୋଇପଡିଛି । ବିଭିନ୍ନ ଶକ୍ତିଶାଳୀ ରାଷ୍ଟ୍ରମାନେ କରୋନା ମୁକାବିଲା ପାଇଁ ନିଜର ସମସ୍ତ ଶକ୍ତି ଖଟାଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ପାଇଁ ଅନେକ କଠୋର ପଦକ୍ଷେପ ଗ୍ରହଣ କରିବା ସଙ୍ଗେ ସଙ୍ଗେ ପ୍ରତି ମୁହୂର୍ତରେ ରଣନୀତି ବଦଳାଉଛନ୍ତି । ପ୍ରବାସୀ ଓଡିଆମାନଙ୍କ ଯୋଗୁଁ ଓଡିଶାର କରୋନା ସଂକ୍ରମଣ ବୃଦ୍ଧି ପାଇଥିଲେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ଭଲ ରହିଛି । ମହାମାରୀ କରୋନା ପାଇଁ ଫଳପ୍ରଦ ଓøଷଧ ଓ ଟୀକା ବାହାରିନଥିବାରୁ ଜନସଚେତନତା ଓ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ ଭାବେ ଦେଖା ଦେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ବିଜେଡିର ବହୁ ଆଗଧାଡିର ନେତା ଓ ସମାଜସେବୀ କରୋନା ଯୁଦ୍ଧରେ ନିଜକୁ ସାମିଲ କରିଛନ୍ତି । ସେଥି ମଧ୍ୟରେ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ସାଧାରଣ ସଂପାଦିକା ଓ ବିଜେଡି ରାଜ୍ୟ ବିଜେଡି ପରିଷଦ ସଦସ୍ୟା ରିଜୁବ୍ୱାନା ବେଗମ ଅନ୍ୟତମ ।
କରୋନା ଯୋଗୁଁ ସବୁକିଛି ଠପ ହୋଇଥିବାରୁ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖା ଦେଇଛି । ରକ୍ତ ଅଭାବରୁ ଚିକିସôାଧୀନ ରୋଗୀର ମୃତୁ୍ୟକୁ ରୋକିବା ପାଇଁ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିବା ସହ କରୋନା ଯୁଦ୍ଧରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ରାଜନଗର ବିଧାୟକ ଧ୍ରୁବ ସାହୁ , କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ନିଜକୁ କରୋନା ଯୁଦ୍ଧରେ ସାମିଲ କରିବା ପରେ ଦଳର ନେତାମାନେ ପ୍ରଭାବିତ ହୋଇଛନ୍ତି । ବିଜେଡି ସଂଖ୍ୟାଲଘୁ ସେଲର ସାଧାରଣସଂପାଦିକା ରିଜୁୱାନା କରୋନା ଯୁଦ୍ଧରେ ସାମିଲ କରି ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ପଦର୍ଶିତ ମାର୍ଗରେ କରୋନା ପାଇଁ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ସହ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ପ୍ରଥମେ ଓଡିଶା ବାହାରେ ଥିବା ସଂଖ୍ୟାଲଘୁ ଭାଇ ଓ ଭଉଣୀମାନଙ୍କୁ ସରକାର ଓ ପ୍ରଶାସନ ସହଯୋଗରେ ଜନ୍ମମାଟିକୁ ଫେରାଇ ଆଣିବା, ମାସ୍କ ଓ ସାନିଟାଇଜର ବଟଂନ କରି ଜନସଚେତନତା ସୃଷ୍ଟି କରିବା, ରମଜାନ ମାସରେ ଭିଡିଓ ବାର୍ତା ମାଧ୍ୟମରେ ଘରେ ଘରେ ସାମାଜିକ ଦୂରତା ମଧ୍ୟରେ ରମଜାନ ପାଳନ ପାଇଁ ନିବେଦନ କୋଭିଡ ମୁକାବିଲା ଗଠିତ । କମିଟିରେ ରହି ପ୍ରଶାସନ ସହଯୋଗରେ ସରକାରୀ ନିଦେ୍ର୍ଦଶନାମା ପାଳନ ପାଇଁ ଲୋକମାନଙ୍କୁ ବୁଝାଇବା ବିଭିନ୍ନ ସାମାଜିକ ଉସôବକୁ ସରକାର ନିଦେ୍ର୍ଦଶନାମା ଅନୁଯାୟୀ ସାମାଜିକ ଦୂରତା ମଧ୍ୟରେ ଅଂଶଗ୍ରହଣ କରିବା ସର୍ବଶେଷରେ ପଟ୍ଟାମୁଣ୍ଡାଇ ବ୍ଲକ ମୁନିସିପାଲିଟି ଓ ଅନ୍ୟାନ୍ୟ ଅଚଂଳରେ ଥିବା ସଙ୍ଗରୋଧକେନ୍ଦ୍ର ନିକଟକୁ ଯାଇ ଦାୟିତ୍ୱରେ ଥିବା ସରପଚଂ ଓ ସରକାରୀ କର୍ମଚାରୀଙ୍କ ସହ ସମସ୍ୟା ସଂପର୍କରେ ଆଲୋଚନା କରିବା ଆଦି ବ୍ୟାପକ କାର୍ଯ୍ୟକ୍ରମରେ ସାମିଲ କରୋନା ଯୁଦ୍ଧରେ ବିଜୟୀ ହେବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ବିଜେଡି ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଯୋଗ ଦେଇ କରୋନା ଯୁଦ୍ଧରେ ନିଜର ସାମାଜିକ ଦାୟିତ୍ୱ ସମ୍ପନ୍ନ କରିଛନ୍ତି । ଏଥି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଜ୍ଞାପନ କରାଯାଇଛି ।
