ସୁନ୍ଦରପୁର ଗ୍ରାମରୁ ୨ପଜିଟିଭ ଚି଼ହ୍ନଟ , ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଗ୍ରାମକୁ ୭ଦିନ ନିମନ୍ତେ ସଟ ଡାଉନ ଘୋଷଣା କଲେ ସୁନ୍ଦରପୁର ସରପଞ୍ଚ
ଛତ୍ରପୁର ୧୧।୭: ଗଂଜାମ ଜିଲ୍ଲାରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକର ସୁନ୍ଦରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରୁ ଦୁଇଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରପଞ୍ଚ ସସ୍ମିତା ମହାଙ୍କୁଡ ଆଜି ଜିଲ୍ଲପାଳଙ୍କ କ୍ଷମତା ପ୍ରୟୋଗ କରି ଉକ୍ତଗ୍ରାମକୁ ଆଜି ଠୁ ୭ଦିନ ନିମନ୍ତେ ସଟ ଡାଉନ ଘୋଷଣା କରିଛନ୍ତି । ଏହାସହ ଗ୍ରାମବାସୀମାନେ ନିଜ ନିଜ ଘରେ କିପରି ନିରାପତ୍ତା ରହିବେ ସେଥି ନିମନ୍ତେ ସଚେତନତା କରୁଛନ୍ତି ।
ଗ୍ରାମର ବିଭିନ୍ନ ଯାତାୟତ ରାସ୍ତାକୁ ମଧ୍ୟ ସିଲ୍ କରାଯାଇଛି । ଗ୍ରାମବାସୀ ମାନେ କିପରୀ ସୁରକ୍ଷିତ ରହିବେ ସେଥି ନିମନ୍ତେ ପଞ୍ଚାୟତ ପକ୍ଷରୁ ବିଭିନ୍ନ ସଚେତନତା କରାଯାଉଛି । ଲୋକମାନଙ୍କୁ ଘରୁ ବାହାରକୁ ନବାହାରିବା ନିମନ୍ତେ କୁହାଯାଇଛି । କୈାଣସି ବ୍ୟକ୍ତି ଗ୍ରାମ ର ପୋଖରୀରେ ନଗାଧେଇବା କୁ ସରପଞ୍ଚ ଶ୍ରୀମତି ମହାଙ୍କୁଡ ଅନୁରୋଧ କରିଛନ୍ତି । ଆଜି ସରପଞ୍ଚ ଶ୍ରୀମତି ମହାଙ୍କୁଡ,ସମିତି ସଭ୍ୟା ସୁକାନ୍ତି ବେହେରା, ପୂର୍ବତନ ସରପଞ୍ଚ ସୋମନାଥ ବେହେରା, ପୂର୍ବତନ ନାଏବ ସରପଞ୍ଚ ଯୁଧିଷ୍ଠିର ମହାଙ୍କୁଡ ପ୍ରମୁଖ ଉପସ୍ଥିତ ରହି ଗ୍ରାମର ସମସ୍ତ ପ୍ରବେଶ ପଥକୁ ବ୍ୟାରିକାଟ୍ ବାନ୍ଧି ସିଲ କରାଯାଇଛି ।