Odisha news

ଡିଆରଡିଏ କାର୍ଯ୍ୟାଳୟ ର ଜଣେ ଆଉଟ୍ ସୋସିଂ କର୍ମଚାରୀ କରୋନା ଆକ୍ରାନ୍ତ : ଶନିବାର ସମସ୍ତ କର୍ମଚାରୀଙ୍କ ଆଣ୍ଟିଜେନ ଟେଷ୍ଟ କରାଗଲା

0

ଛତ୍ରପୁର  ୧୧।୭: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ଶହ ଆଣ୍ଟିଜେନ୍ କିଟ୍ ଜିଲ୍ଲାକୁ ପଠାଯାଇଥିଲା । ଜିଲ୍ଲାକୁ ଏହି କିଟ୍ ଆସିବା ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଣ୍ଟିଜେନ୍ ଟେଷ୍ଟ୍ ଆରମ୍ଭ ହୋଇଛି । ଯାହା ଫଳରେ ଲୋକ ମାନଙ୍କର କରୋନା ଆକ୍ରାନ୍ତ ହୋଇଛି କି ନାହିଁ ଜଣାପଡ଼ିବ ।       ଡିଆରଡିଏ କାର୍ଯ୍ୟାଳୟ ରେ ଆଉଟ୍ ସୋସିଂ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିବା ପରେ   ଶନିବାର  ଡିଆରଡିଏ କାର୍ଯ୍ୟାଳୟର ସମସ୍ତ  କର୍ମଚାରୀଙ୍କ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଇଥିଲା  ।  ପ୍ରଶାସନ ପକ୍ଷରୁ ଏହି ଟେଷ୍ଟିଙ୍ଗ ସୂଚନା ମିଳିନଥିଲେ ମଧ୍ୟ ଏକ ବିଶେଷ ସୂତ୍ରରୁ ଏହା ଜଣାପଡ଼ିଛି ।  ସେହିପରି  ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ୍ ରେ ଆଣ୍ଟିଜେନ୍ ଟେଷ୍ଟିଂ ଗତ ଦୁଇଦିନ ତଳେ ସୁନ୍ଦରପୁର ପଞ୍ଚାୟତରେ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର  ବଡ଼ମାଧପୁର ପଞ୍ଚାୟତରେ ମଧ୍ୟ ୫୧ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଇଛି । ଏଥିରୁ କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

Leave A Reply