କେନ୍ଦ୍ରାପଡା-୧୦/୦କେନ୍ଦ୍ରାପଡା ସଦର ଥାନା ପୋଲିସ ଜଣେ ହତ୍ୟା ଅଭିଯୁକ୍ତକୁ ଧରି ଆଣିବା ପରେ ସଂକ୍ରମଣ ଅଶଙ୍କାରେ ଅଡୁଆରେ ପଡିଥିବା ଜଣା ପଡିଛି । ଧରି ଆଣିଥିବା ଦୁଇ ପୋଲିସ କର୍ମଚାରୀ ସଂକ୍ରମଣ ଆଶଙ୍କାରେ ଭୟଭୀତ ହୋଇଥିବା ବେଳେ ଏହାକୁ ନେଇ ଅଲୋଚନା ଜୋର ଧରିଛି । ସୂଚନା ମୁତାବକ ବହୁ ଚର୍ଚ୍ଚିତ ବାବୁଲି ମହାରଣା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଥାଇ ଦୀର୍ଘ ଦିନରୁ ଫେରାର୍ ଥିବା ବ୍ୟକ୍ତି ଜଣକ ଦୁଇଦିନ ତଳେ ସାଉଦି ଆରବରୁ ଉଡାଜାହାଜରେ ଭୁବନେଶ୍ୱର ଫେରିଥିଲେ ।
ତେବେ ଏରୋଡମରେ ସଂପୃକ୍ତ ବ୍ୟକ୍ତିକୁ ଅଟକ ରଖାଯାଇ କେନ୍ଦ୍ରାପଡା ପୋଲିସକୁ ଖବର ଦିଆ ଯାଇଥିଲା । ଏହି ମାମଲା ସଦର ଥାନା ଅଧିନରେ ଆସୁଥିବାରୁ ଥାନା ପକ୍ଷରୁ ଦୁଇଜଣ ପୋଲିସ କର୍ମଚାରୀ ଅଭିଯୁକ୍ତକୁ ଭୁବନେଶ୍ୱରରୁ ଆଣି ଥାନାରେ ପଚରାଉଚରା କରିଥିଲେ । ତେବେ ଅଭିଯୁକ୍ତ ଠାରେ ଥଣ୍ଡା, କାଶ ପ୍ରଭୃତି ସଂକ୍ରମଣ ଲକ୍ଷ୍ୟଣ ଦେଖାଯିବା ସହ ସନେ୍ଦହ ପ୍ରକାଶ ପାଇଥରଲା । ତେବେ ତାଙ୍କୁ ଧରି ଆଣିଥିବା ପୋଲିସ କର୍ମଚାରୀ ଦୁଇଜଣ ନିଜକୁ ସନେ୍ଦହ କରୁଥିବାରୁ ଆଲୋଚନା ଜୋର ଧରିଛି । ତେବେ ଅଭିଯୁକ୍ତକୁ ଏକ ସ୍ୱତନ୍ତ୍ର ସେଲ୍ ରେ ରଖାଯାଇ ପରୀକ୍ଷା ପାଇଁ ତାଙ୍କ ସ୍ୱାବ ପଠାଯିବା ଓ ରିପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ନିତିଶେଖର ସୂଚନା ଦେଇଛନ୍ତି ।
