Odisha news

ଉପ-କାରାଗାର ଓ କୋଭିଡ କ୍ୟାର ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ

0

ରାୟଗଡା,୧୦ ।୭(Rabindra patkhandal)- ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ବିଷମ କଟକ ବ୍ଲକ ସ୍ଥିତ ଉପ-କାରାଗାର ପରିଦର୍ଶନ କରିଥଲେ । ଜିଲ୍ଲାପାଳଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ ଏବଂ ଜିଲ୍ଲା ଦୌରାଜର୍ଜ ଚିତରଂଜନ ଦାଶ ମଧ୍ୟ ପରିଦର୍ଶନରେ ଯାଇଥିଲେ । ପରିଦର୍ଶନ ସମୟରେ କାରାଗାରରେ ରହୁଥିବା ଅନ୍ତେବାସୀ,କର୍ମଚାରୀ ଓ ଜେଲର ସହ କାରାଗାର ପରିଚାଳନା ସମୟରେ ଉପଜୁଥିବା ସମସ୍ୟା ବିଷୟରେ ଆଲୋଚନା କରିଥିଲେ । କାରାଗାର ମଧ୍ୟରେ ଥିବା ସମସ୍ୟା ଗୁଡିକର ଶୀଘ୍ର ସମାଧାନ ପାଇଁ ଉପସ୍ଥିତ ଅଧିକାରୀ ମାନେ ପ୍ରତିଶୃତି ଦେଇଥିଲେ । କାରାଗାର ପରିଦର୍ଶନ ସାରି ଜିଲ୍ଲାପାଳ ଅଚାନକ ବିଷମ କଟକ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟକୁ ଯାଇଥିଲେ । ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଡଙ୍ଗରିଆ ମହିଳା ହିତାଧିକାରୀଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ବିଶେଷ କରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ବିଭିନ୍ନ ସାମାଜିକ ସହାୟତା ଯୋଜନା ତଥା ବାର୍ଦ୍ଧକ୍ୟ ଭତା, ବିଧବା ଭତା ଓ ଠିକ୍ ସମୟରେ ଚାଉଳ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ । ଏଥି ସହ ବ୍ଲକ କାର୍ଯ୍ୟାଳୟ ପରିସରେ ଥିବା ଜନସାଧାରଣଙ୍କୁ କରୋନା ମହାମାରୀର ମୁକାବିଲା ନିମନ୍ତେ ମାସ୍କ ପିନ୍ଧିବା ସହ ଜରୁରୀ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଥିଲେ । ଏଥି ଜିଲ୍ଲାପାଳ ଶ୍ରୀବେହେରା ନାନୀରଗୁଡା ଠାରେ କାର୍ଯ୍ୟକାରୀ ହେବାକୁ ଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ କ୍ୟାୟର ସେଂଟର ପରିଦର୍ଶନ କରିଥିଲେ । ବଳକା ଥିବା କାମକୁ ଶୀଘ୍ର ସାରିବାକୁ ଜିଲ୍ଲାପାଳ ଠିକାଦାରଙ୍କୁ କହିଥିଲେ । ଆସନ୍ତା ବୁଧବାର ସୁଦ୍ଧା ଏହି କୋଭିଡ କ୍ୟାୟର ସେଂଟର କାର୍ଯ୍ୟକାରୀ ହେବ ବୋଲି ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଥିଲେ । କୋଭିଡ କ୍ୟାୟର ସେଂଟର ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହ ବିଷମ କଟକ ବିଡିଓ ଆଲଭର୍ଟ ଲାକ୍ରା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Nalco
Leave A Reply