ବାରିପଦା, : ଆଜି ମୟୂରଭଞ୍ଜ ଜିଲ୍ଲାରେ ୧୦ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କରୋନା ସଂଖ୍ୟା ୨୯୧କୁ ଛୁଇଁଛି । ବୁଧୁବାର ମୋଟ୍ ୧୦ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ସ୍ଥାନୀୟ ଅଞ୍ଚଳର ଓ ୩ଜଣ କୋଭିଡ୍ ୱାରିଅର୍ସ ହୋଇଥିବାରୁ ଚିନ୍ତାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ ଏହି ସ୍ଥାନୀୟ କରୋନା ଆକ୍ରାନ୍ତମାନେ ହେଲେ ବାରିପଦା ବ୍ଲକ, ରାସଗୋବିନ୍ଦପୁର ବ୍ଲକ ଓ ବାରିପଦା ପୌରାଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କାର୍ଯ୍ୟରତ ଥିବା ତିନିଜଣ କୋଭିଡ୍ ୱାରିଅର୍ସ ବଡସାହି ବ୍ଲକରୁ ଚିହ୍ନଟ ହୋଇଛନ୍ତି ।
ଏହି ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିବା ୪ଜଣ କରୋନା ଆକ୍ରାନ୍ତ ସରସକଣା ବ୍ଲକ ଏବଂ ଉଦଳା ବ୍ଲକରୁ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ତାମିଲନାଡୁ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ୨୯୧ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୮୯ଜଣ ବର୍ତ୍ତମାନ ସୁଦ୍ଧା ଚିକିସôିତ ହେଉଛନ୍ତି ।