Odisha news

୧୦୦ ଛୁଇଁଲା ବୁଗୁଡ଼ା ବ୍ଲକ୍ କରୋନା ଆକ୍ରାନ୍ତ ସଂଖ୍ୟା

0

ବୁଗୁଡ଼ା:- ୭/୭ ବୁଗୁଡ଼ା ବ୍ଲକ୍ ଓ ଏନ୍ ଏସି ର କରୋନା ଆକ୍ରାନ୍ତ ସଂଖ୍ୟା ମିଶି ଆଜି ୧୦୦ ସଂଖ୍ଯା ହୋଇଛି। ଗତକାଲି ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ୮୮ ଥିବା ବେଳେ ଆଜି ଗୋଟିଏ ଦିନରେ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୨ ଜଣଙ୍କ ମଧ୍ୟରେ ବୁଗୁଡ଼ା ଏନ୍ ଏସି ଅନ୍ତର୍ଗତ ଏନ୍ ଏସି କାର୍ଯ୍ୟାଳୟର ୨ ଜଣ କର୍ମଚାରୀ ଓ ଜଣେ ଶିକ୍ଷକ ଅଛନ୍ତି। ଅବଶିଷ୍ଟ ୯ ଜଣ ଙ୍କ ମଧ୍ୟରୁ କଳମ୍ବରୁ ୬ ଜଣ, ଏ କରଡ଼ାବାଡ଼ି ରୁ ୨ ଓ ପୋଚାଲୁଣ୍ଡି ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏମାନଙ୍କର ସ୍ୱାବ୍ ପାଇଁ ଯାଇଥିଲା ଓ ଆଜି ସେମାନଙ୍କ ଠାରେ କରୋନା ପଜେଟିଭ୍ ଥିବା ରିପୋର୍ଟ ଆସିଥିଲା।

ଆଜି ଚିହ୍ନଟ ହୋଇଥିବା ୧୨ ଜଣକୁ  ପାରଳା ମହାରାଜ କୋଭିଡ଼ ଚିକିତ୍ସା କେନ୍ଦ୍ରକୁ କୁ ପଠାଇ ଦିଆଯାଇଛି। ସାଧାରଣରେ ସଚେତନତା ଅଭାବ ଯୋଗୁଁ ସାମାଜିକ ଦୂରତା ରକ୍ଷା କରାଯାଉନାହିଁ। ଏହା ଫଳରେ ସଂକ୍ରମଣ ବଢିବାରେ ଲାଗିଛି ସିନା କମିବାର ନାଁ ଧରୁନାହିଁ। ଏଥିସହ ଏନ୍ ଏ ସି ହେଉ କି ଗ୍ରାମାଞ୍ଚଳ ହେଉ କୋଠିବି ସାନିଟାଇଜେସନ୍ ସଠିକ୍ ଭାବରେ ହେଉନଥିବା ମଧ୍ଯ ଅନ୍ୟ ଏକ କାରଣ ବୋଲି ଆଲୋଚନା ହେଉଛି। ବୁଗୁଡ଼ା ଏନ୍ ଏସି କୁ ଆଜି ଠାରୁ ଆସନ୍ତା ୧୪ ତାରିଖ ଯାଏଁ ସଟ୍ ଡାଉନ୍ ଘୋଷାଣା ହୋଇଥିବା ବେଳେ କଳମ୍ବ ସରପଞ୍ଚ ଙ୍କ ଦ୍ଵାରା କଳମ୍ବ ଓ ଡେଙ୍ଗାପଦର ଛକକୁ ଆଜିଠୁ ୧୪ ତାରିଖ ଯାଏଁ ନିଷେଧାଞ୍ଚଳ ଘୋଷଣା କରାଯାଇଛି। ବ୍ଲକ୍ ର ଆକ୍ରାନ୍ତ ସଂଖ୍ୟା ୧୦୦ ଛୁଇଁଥିବାରୁ ସାଧାରଣରେ ଚିନ୍ତା ପ୍ରକଟ କରାଯାଉଥିବା ବେଳେ ଆଜି ସୁଦ୍ଧା ବ୍ଲକ୍ ର ୫୬ ଜଣ ସୁସ୍ଥ ହୋଇ ଫେରିଥିବା ଅବଶ୍ଯ ଜଣାପଡିଛି।

Ad2
Leave A Reply